ଆଜି ସକାଳୁ ଘଡଘଡି ସହ ପ୍ରବଳ ବର୍ଷା ୧ ମୃତ ୮ ଆହତ
ପୁରୀ : ଚାଷ କାର୍ଯ୍ୟ ଚାଲୁଥିବାବେଳେ ବଜ୍ରପାତ ଘଟି ୧ ମୃତ ୮ ଆହତ । ସୋମବାର ସକାଳେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଛି । ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ କୁମ୍ପି ଭୋଇ। ତାଙ୍କ ଘର ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଁ ଗ୍ରାମରେ। ସୂଚନାନୁସାରେ,ସୋମବାର ସକାଳେ ପୁରୀ ଜିଲ୍ଲା […]
ପୁରୀ : ଚାଷ କାର୍ଯ୍ୟ ଚାଲୁଥିବାବେଳେ ବଜ୍ରପାତ ଘଟି ୧ ମୃତ ୮ ଆହତ । ସୋମବାର ସକାଳେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଛି । ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ କୁମ୍ପି ଭୋଇ। ତାଙ୍କ ଘର ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଁ ଗ୍ରାମରେ।
ସୂଚନାନୁସାରେ,ସୋମବାର ସକାଳେ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଁ ଗ୍ରାମର ଛଇତନା ଗହୀରରେ ୧୮ ଜଣ ମହିଳା ଓ ପୁରୁଷ ମିଶି ତଳିରୋଇବା କାମ କାରୁଥିଲେ । ଏହି ସମୟରେ ପ୍ରବଳ ବର୍ଷ ସାଙ୍ଗକୁ ଘଡଘଡି ମାରିବାରୁ ଘଟଣା ସ୍ଥଳରେ ଜଣେ ନାହିଳାଙ୍କ ମୃତ୍ୟୁ ଘଟିବା ସହିତ ନିକଟରେ କାମ କରୁଥିବା ଅନ୍ୟ ୮ ଜଣ ଅଚେତ ହୋଇଥିଲେ । ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କୁମ୍ପି ଭୋଇ (୪୫)ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୮ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ରହିଛି। କୁମ୍ପିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।




