ବସ ଓଲଟି ୨ ମୃତ,୩୦ ଆହତ

ନୟାଗଡ଼ : ନୂଆଗାଁ ସୋରଡ଼ା ଛକରେ ମର୍ମନ୍ତୁଦ ବସ ଦୁର୍ଘଟଣା । ଏକ ଗଛରେ ପିଟି ହେବା ପରେ ଡିଭାଇଡରରେ ଘଷି ହୋଇ ରାସ୍ତା ଉପରେ ଓଲଟି ପଡିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ତେବେ ଆହତ ଯାତ୍ରୀ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ସଠିକ କାରଣ ଜଣାପଡିନାହିଁ । ସୂଚନାନୁସାରେ,ରାମଦୂତ ନାମକ ଏକ ଯାତ୍ରୀବାହୀ […]

Samaya Live Picture
Published On

ନୟାଗଡ଼ : ନୂଆଗାଁ ସୋରଡ଼ା ଛକରେ ମର୍ମନ୍ତୁଦ ବସ ଦୁର୍ଘଟଣା । ଏକ ଗଛରେ ପିଟି ହେବା ପରେ ଡିଭାଇଡରରେ ଘଷି ହୋଇ ରାସ୍ତା ଉପରେ ଓଲଟି ପଡିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ତେବେ ଆହତ ଯାତ୍ରୀ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ସଠିକ କାରଣ ଜଣାପଡିନାହିଁ ।

ସୂଚନାନୁସାରେ,ରାମଦୂତ ନାମକ ଏକ ଯାତ୍ରୀବାହୀ ବସ ଫୁଲବାଣୀ ରାଇକିଆରୁ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା । ନୂଆଗାଁ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଲୁଣିସରା ନିକଟସ୍ଥ ବୁଲାଣି ରାସ୍ତାରେ ବସଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛ ଦେହରେ ପିଟି ହେବାପରେ ଡିଭାଇଡରରେ ମାଡ଼ ହୋଇ ଆରପଟ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ବସ ଡ୍ରାଇଭରଙ୍କ ସମେତ ଆଉ ଜଣେ ଯାତ୍ରୀଙ୍କ ଘଟିଥିବାବେଳେ ୩୦ ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀ ମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତାହତଙ୍କର ସଠିକ ତଥ୍ୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଦଶପଲ୍ଲା ଏବଂ ନୟାଗଡ଼ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ବସ ଭିତରେ ଆହୁରି ଯାତ୍ରୀ ଚାପିହୋଇ ରହିଥିବା ନେଇ ଆଶଙ୍କା କରାଯାଉଥିବାବେଳେ ଘଟଣାସ୍ଥଳରେ ନୟାଗଡ଼ ଏସପି ପହଞ୍ଚିଛନ୍ତି ।

Tags: