ଗଛରେ କାର ପିଟି ହୋଇ ୧ ମୃତ,୩ ଆହତ
ଚିତ୍ରକୋଣ୍ଡା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତାହତ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟ ରାଜୁଲକୋଣ୍ଡା ଗ୍ରାମ ନିକଟରେ। ସୂଚନାନୁସାରେ, ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ମୁରଳାଗେଡା ଗ୍ରାମର ପ୍ରକାଶ ଖିଲ, ଏକ କାର ଯୋଗେ ଦୁଇ […]
ଚିତ୍ରକୋଣ୍ଡା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତାହତ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟ ରାଜୁଲକୋଣ୍ଡା ଗ୍ରାମ ନିକଟରେ।
ସୂଚନାନୁସାରେ, ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ମୁରଳାଗେଡା ଗ୍ରାମର ପ୍ରକାଶ ଖିଲ, ଏକ କାର ଯୋଗେ ଦୁଇ ଝିଅ ଓ ଦୁଇ ପୁଅଙ୍କୁ ଆନ୍ଧ୍ରପ୍ରଦେଶର ନରସିଂପାଟଣା ସ୍ଥିତ ଆଶ୍ରମ ସ୍କୁଲରେ ଛାଡ଼ିବା ପାଇଁ ଯାଉଥିଲେ । କାରଟି ଚିତ୍ରକୋଣ୍ଡା ରାସ୍ତା ଦେଇ ଯାଉଥିବାବେଳେ ରାଜୁଲକୋଣ୍ଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ସେଥିରେ ବସିଥିବା ପ୍ରକାଶ ଖିଲ ଓ ତାଙ୍କର ଚାରି ପୁଅଝିଅ ଗୁରୁତର ହୋଇ ପଡ଼ିଥିଲେ।
ଦୁର୍ଘଟଣାର ଖବର ପାଇଁ ଗ୍ରାମବାସୀମାନେ ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତରଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ପ୍ରକାଶ ଖିଲଙ୍କ ବଡ଼ ଝିଅ ରାସୋ ଖିଲ (୧୫) ଙ୍କୁ ମୃତ ଘୋଷଣା କରିଥିବାବେଳେ ପୁଅ ଶ୍ରୀନୁ ଖିଲ (୧୪) ରାମୁଡୁ ଖିଲ (୧୨) ସାନ ଝିଅ ଏଲିଶା ବେଥୁ (୮)ଗୁରୁତର ଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଚିତ୍ରକୋଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।




