କନ୍ୟାଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ୧ ମୃତ,୧୬ ଗୁରୁତର
ଖଲ୍ଲିକୋଟ: ଗତକାଲି ବିଳମ୍ବିତ ରାତ୍ରିରେ ଝିଅ ଘରୁ ଭୋଜି ଖାଇ ଫେରୁଥିବା ବେଳେ କନ୍ୟା ଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି I କନ୍ୟା ଯାତ୍ରୀ ପିକଅପ ଭ୍ୟାନ ଟି ଭାରସାମ୍ୟ ହରାଇ କେ.ବରିଡା ଛକରେ ଓଲଟି ପଡିବାରୁ ଏଥିରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି I ଗତକାଲି ବାଣପୁର ଥାନା ଅନ୍ତର୍ଗତ ତାଳବରେଇ ଗ୍ରାମର ଏକ କନ୍ୟା ଯାତ୍ରୀ ମାଲବାହୀ ପିକଅପ ଗାଡ଼ି ୨୦ ଜଣ ଯାତ୍ରୀଙ୍କୁ ନେଇ ଖଲ୍ଲିକୋଟ […]
ଖଲ୍ଲିକୋଟ: ଗତକାଲି ବିଳମ୍ବିତ ରାତ୍ରିରେ ଝିଅ ଘରୁ ଭୋଜି ଖାଇ ଫେରୁଥିବା ବେଳେ କନ୍ୟା ଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି I କନ୍ୟା ଯାତ୍ରୀ ପିକଅପ ଭ୍ୟାନ ଟି ଭାରସାମ୍ୟ ହରାଇ କେ.ବରିଡା ଛକରେ ଓଲଟି ପଡିବାରୁ ଏଥିରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି I
ଗତକାଲି ବାଣପୁର ଥାନା ଅନ୍ତର୍ଗତ ତାଳବରେଇ ଗ୍ରାମର ଏକ କନ୍ୟା ଯାତ୍ରୀ ମାଲବାହୀ ପିକଅପ ଗାଡ଼ି ୨୦ ଜଣ ଯାତ୍ରୀଙ୍କୁ ନେଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତର କାଳିଞ୍ଜିପଲ୍ଲୀ ଗ୍ରାମକୁ ଯାଇଥିଲା। ଭୋଜି ଖାଇ ଫେରୁଥିବା ବେଳେ କୌଣସି କାରଣ ବଶତଃ ଗାଡିଟି ଭାରସାମ୍ୟ ହରାଇ ବେଗୁନିଆପଡା ବରିଡା ମୁଖ୍ୟ ରାସ୍ତାରେ ଓଲଟି ପଡିଥିଲା। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଇଛି। ସେ ହେଲେ ପ୍ରଭାତ ପ୍ରଧାନ। ଅନ୍ୟ ଗୁରୁତରମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ଖୋର୍ଦ୍ଧା ବାଣପୁର ଅଞ୍ଚଳର ସୂଚନା ମିଳିଛି । ଏହି ଘଟଣା ପ୍ରଚାରିତ ହେବା ଫଳରେ ଖଲ୍ଲିକୋଟ ମେଡିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏନେଇ ପୁଲିସ ଘଟଣାର ତଦନ୍ତ ବି ଆରମ୍ଭ କରିଛି।




