ସମସ୍ତ ବନ୍ଦରକୁ ୧ନଂ ବିପଦ ସଂକେତ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅତି ପ୍ରବଳ ବର୍ଷା ପାଇଁ ୭ ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ବାତ୍ୟା ସୃଷ୍ଟି ହେବ । ବୁଧବାର ସନ୍ଧ୍ୟାରୁ ବଦଳିବ ପାଗ, କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ମଧ୍ୟରାତ୍ରରୁ ୨୫ ସକାଳ ମଧ୍ୟରେ ଉପକୂଳ ଅତିକ୍ରମ କରିବ । ୨୫ ତାରିଖ ରାତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ […]

Samaya Live Picture
Published On

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅତି ପ୍ରବଳ ବର୍ଷା ପାଇଁ ୭ ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ବାତ୍ୟା ସୃଷ୍ଟି ହେବ । ବୁଧବାର ସନ୍ଧ୍ୟାରୁ ବଦଳିବ ପାଗ, କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ମଧ୍ୟରାତ୍ରରୁ ୨୫ ସକାଳ ମଧ୍ୟରେ ଉପକୂଳ ଅତିକ୍ରମ କରିବ । ୨୫ ତାରିଖ ରାତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ବାତ୍ୟା ପାରାଦୀପ ଠାରୁ ୭୩୦ କି.ମି. ଦୂରରେ ଘନୀଭୂତ ହୋଇଛି । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ବନ୍ଦର ପାଇଁ ବିପଦ ସଙ୍କେତ ଜାରି ହୋଇଛି । ସବୁ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଏନେଇ ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏହାସହିତ ଗର୍ଭବତୀ,ଶିଶୁ ଏବଂ ବୟସ୍କ ମାନଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି । ବାତ୍ୟା ୭ ପାଇଁ ଜିଲାକୁ ରେଡ୍‌ ଓ ୧୪ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Tags: