କର୍ମ ନିୟୋଜନ ପୋର୍ଟାଲରେ ୧୨ ଲକ୍ଷ ପଞ୍ଜିକରଣ,ନିଯୁକ୍ତି ୨୨୭୪

ଭୁବନେଶ୍ୱର : ଓଡିଶାର କର୍ମ ନିୟୋଜନ ପୋର୍ଟାଲରେ ୧୨ ଲକ୍ଷ ପଞ୍ଜିକରଣ । ମାତ୍ର ନିଯୁକ୍ତି ପାଇଛନ୍ତି ୨ ହଜାର ୨୭୪ ଜଣ । ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ବଦ ସ୍ବାଇଁ । ସେହିପରି ୧୫ ଲକ୍ଷଙ୍କୁ ତାଲିମ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ନିଯୁକ୍ତି ପାଇଛନ୍ତି । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୧୦ ବର୍ଷରେ ରାଜ୍ୟ ସରକାର ୧୮ ଲକ୍ଷ ୪୨ […]

Samaya Live Picture
Published On

ଭୁବନେଶ୍ୱର : ଓଡିଶାର କର୍ମ ନିୟୋଜନ ପୋର୍ଟାଲରେ ୧୨ ଲକ୍ଷ ପଞ୍ଜିକରଣ । ମାତ୍ର ନିଯୁକ୍ତି ପାଇଛନ୍ତି ୨ ହଜାର ୨୭୪ ଜଣ । ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ବଦ ସ୍ବାଇଁ । ସେହିପରି ୧୫ ଲକ୍ଷଙ୍କୁ ତାଲିମ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ନିଯୁକ୍ତି ପାଇଛନ୍ତି ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୧୦ ବର୍ଷରେ ରାଜ୍ୟ ସରକାର ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ କେବଳ ୧ ଲକ୍ଷ ୫ ହଜାର ୪୪୪ ଜଣଙ୍କୁ ହିଁ ଚାକିରି ଦିଆଯାଇଛି । ସେହିପରି ବିଗତ ସରକାରରେ ନିଯୁକ୍ତି ମେଳାର ମଧ୍ୟ ଆୟୋଜନ କରାଯାଇଥିଲା । କିନ୍ତୁ ବିଗତ ୫ ବର୍ଷରେ କେବଳ ୧ ଲକ୍ଷ ୫୪ ହଜାର ୪୪ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି ।

ସରକାର ୨୨୬ ଟି ନିଯୁକ୍ତି ମେଳା ଆୟୋଜନ କରିଥିବା ବେଳେ ସରକାର ୩ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ବିଗତ ପାଞ୍ଚ ବର୍ଷରେ ୩୬ ହାଜର ୩୨୯ ଜଣ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୧୫ ହଜାର ୩୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଖର୍ଚ୍ଚ ମୋଟା ଅଙ୍କର ହେଉଥିଲେ ହେଁ ସେହି କ୍ରମରେ ନିଯୁକ୍ତି ମିଳିପାରୁ ନାହିଁ । ଏହି ତଥ୍ୟ ପ୍ରମାଣ କରୁଛି ଯେ, ଆମ ରାଜ୍ୟରେ ବେକାରୀ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି ।

Tags: