ୱାର୍ଡରଙ୍କୁ ପିଟିଲେ କଏଦୀ ,କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଝାରପଡା ଜେଲ । ଜେଲ ଭିତରେ ୱାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ । ବର୍ତ୍ତମାନ ଯାଏଁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ତେବେ ଆକ୍ରମଣ ଘଟଣାରେ ଝାରପଡ଼ା ଜେଲ୍‌ରେ ବାଜିଥିଲା ଆଲାର୍ମ । ଖବର ଅନୁଯାୟୀ, ଶୁକ୍ରବାର ଦିନ ସକାଳୁ ସକାଳୁ ଝାରପଡ଼ା ଜେଲ୍‌ରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ଝାରପଡ଼ା ଜେଲ୍‌ ମଧ୍ୟରେ କୌଣସି କାରଣକୁ ନେଇ କଏଦୀଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା । ଏହି ସମୟରେ ଘଟଣା ଅନୁସନ୍ଧାନ […]

Samaya Live Picture
Published On

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଝାରପଡା ଜେଲ । ଜେଲ ଭିତରେ ୱାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ । ବର୍ତ୍ତମାନ ଯାଏଁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ତେବେ ଆକ୍ରମଣ ଘଟଣାରେ ଝାରପଡ଼ା ଜେଲ୍‌ରେ ବାଜିଥିଲା ଆଲାର୍ମ ।

ଖବର ଅନୁଯାୟୀ, ଶୁକ୍ରବାର ଦିନ ସକାଳୁ ସକାଳୁ ଝାରପଡ଼ା ଜେଲ୍‌ରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ଝାରପଡ଼ା ଜେଲ୍‌ ମଧ୍ୟରେ କୌଣସି କାରଣକୁ ନେଇ କଏଦୀଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା । ଏହି ସମୟରେ ଘଟଣା ଅନୁସନ୍ଧାନ କରିବାକୁ ଯାଇଥିବାବେଳେ ୱାର୍ଡରଙ୍କୁ କଏଦୀ ଆକ୍ରମଣ କରିଥିବା ସୂଚନା ମିଳିଛି । ଯାହାଫଳରେ ଜେଲ୍‌ର ଆଲାରାମ୍‌ ବାଜିଥିଲା । ଆଉ ଆଲାରାମ୍‌ ବାଜିବା କ୍ଷଣି ଲକ୍ଷ୍ନୀସାଗର ଥାନା ଅଧିକାରୀ ଏବଂ ଜେଲ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

Tags: