୫ ବର୍ଷ ଅଭିଜ୍ଞତା ନ ଥିଲେ ଚଳାଇ ପାରିବେ ନାହିଁ ଆମ ବସ୍ – କ୍ରୁଟ
ଭୁବନେଶ୍ୱର : ବାରମ୍ବାର ଆମ ବସ ଦୁର୍ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରୁଟ । ୫ ବର୍ଷର ଡ୍ରାଇଭିଂ ଦକ୍ଷତା ନଥିଲେ ଚଳାଇପାରିବେ ନାହିଁ ‘ଆମ ବସ’ । ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ଆମ ବସ ଚାଳକଙ୍କ ବେପରୁଆ ଗାଡିଚାଳନା ଦ୍ୱାରା ବାରମ୍ବାର ଦୁର୍ଘଟଣା ପରେ ନଷ୍ଟ ହୋଇଛି ବ୍ୟାପକ ଧନ ଜୀବନ । ଲୋକଙ୍କ ଅସନ୍ତୋଷ ବଢ଼ିବା ପରେ,ଶୁକ୍ରବାର କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍ ଥିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ […]
ଭୁବନେଶ୍ୱର : ବାରମ୍ବାର ଆମ ବସ ଦୁର୍ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରୁଟ । ୫ ବର୍ଷର ଡ୍ରାଇଭିଂ ଦକ୍ଷତା ନଥିଲେ ଚଳାଇପାରିବେ ନାହିଁ ‘ଆମ ବସ’ । ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ଆମ ବସ ଚାଳକଙ୍କ ବେପରୁଆ ଗାଡିଚାଳନା ଦ୍ୱାରା ବାରମ୍ବାର ଦୁର୍ଘଟଣା ପରେ ନଷ୍ଟ ହୋଇଛି ବ୍ୟାପକ ଧନ ଜୀବନ । ଲୋକଙ୍କ ଅସନ୍ତୋଷ ବଢ଼ିବା ପରେ,ଶୁକ୍ରବାର କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍ ଥିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ଆମ ବସ ଦୁର୍ଘଟଣାକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ପ୍ରଶିକ୍ଷଣକୁ ଜୋରଦାର କରାଯିବା ସହ ଡ୍ରାଇଭର ନିଯୁକ୍ତିକୁ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏଣିକି ଏଜେନ୍ସି ଆଉ ମନଇଚ୍ଛା ଡ୍ରାଇଭରମାନଙ୍କୁ ନିଯୁକ୍ତି ଦେଇ ପାରିବେ ନାହିଁ । ଏଥିପାଇଁ ୫ ବର୍ଷର ଅଭିଜ୍ଞତାକୁ କଡ଼ାକଡ଼ି କରାଯାଇଛି । ଖଣ୍ଡଗିରି ଛକରେ ଦୁଇ ଦିନ ତଳେ ଆମ ବସ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଲୋକେ ମୋ ବସ୍ ଭାଙ୍ଗିଥିଲେ । ଖାଲି ଏତିକି ନୁହେଁ, ୩ ମାସରେ ୫ରୁ ଅଧିକ ଲୋକଙ୍କ ଜୀବନ ଆମ ବସ୍ ଚକା ତଳେ ଗଲାଣି ।




