୫ମାସ ବଢ଼ିଲା ଗରିବ କଲ୍ୟାଣ ଅନ୍ନ ଯୋଜନା; ଓଡିଶା ଅଧିକ ଲାଭ ପାଇବ : ଧର୍ମେନ୍ଦ୍ର

ଭୁବନେଶ୍ୱର : ଜୁନ ୩୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରୀବ କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦କୋଟିରୁ ଊଦ୍ଧ୍ୱର୍ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପାଞ୍ଚ ମାସ ପାଇଁ ବୃଦ୍ଧି କରିଥିବା ଘୋଷଣାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ତଥା ଓଡିଶା ଭଳି ରାଜ୍ୟ ଏହା ଦ୍ୱାରା ଅଧିକ ଲାଭ ପାଇବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତି କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଏହି […]

Samaya Live Picture
Published On

ଭୁବନେଶ୍ୱର : ଜୁନ ୩୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରୀବ କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦କୋଟିରୁ ଊଦ୍ଧ୍ୱର୍ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପାଞ୍ଚ ମାସ ପାଇଁ ବୃଦ୍ଧି କରିଥିବା ଘୋଷଣାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ତଥା ଓଡିଶା ଭଳି ରାଜ୍ୟ ଏହା ଦ୍ୱାରା ଅଧିକ ଲାଭ ପାଇବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତି କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେଶର ଜଣେ ବି ଲୋକ ଭୋକରେ ନରୁହନ୍ତୁ, ଏହାକୁ ମୋଦି ସରକାର ଅଧିକ ପ୍ରାଥମିକତା ଦେଇଛନ୍ତି । ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ଏବଂ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂପ୍ରସାରଣ ଗରିବଙ୍କ କଲ୍ୟାଣ ପ୍ରତି ମୋଦି ସରକାରଙ୍କ ସମର୍ପଣ ଭାବନାକୁ ଦର୍ଶାଉଛି । ଦେଶର କୃଷକ ଓ କରଦାତାଙ୍କୁ ସମ୍ମାନ ଜଣାଇ ସେ କହିଛନ୍ତି ଯେ ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଭାରତ ଗରିବ ତଥା ସମାଜର ସବୁ ତଳ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରିପାରିଛି ।
କରୋନା ସହ ଲଢେଇ ଏବେ ସୁଦ୍ଧା ସମାପ୍ତ ହୋଇନାହିଁ । ଏହି ସଂକ୍ରମଣ ପ୍ରତି ସତର୍କ ଏବଂ ସାବଧାନ ହିଁ ବର୍ତ୍ତମାନ ସମୟରେ ବଡ ସୁରକ୍ଷା । କରୋନା ବିରୋଧରେ ସମସ୍ତ ନିୟମକୁ ମାନି ଦେଶ ଏବଂ ଅର୍ଥ ବ୍ୟବସ୍ଥାକୁ ଆତ୍ମନିର୍ଭର ଆଡକୁ ନେବାର ଆବଶ୍ୟକତା ରହିଛି । ସୁସ୍ଥ ରହି ଦୁଇ ମିଟର ଦୂରତାକୁ ପାଳନ କରିବା, ଗାମୁଛା, ମାସ୍କ ଇତ୍ୟାଦିର ଉପଯୋଗ କରି ଆମେ ଅର୍ଥନୈତିକ ପ୍ରକି୍ରୟାକୁ ଅଗ୍ରସର କରାଇପାରିବ ବୋଲି ସେ କହିଛନ୍ତି । ଲୋକାଲ ପାଇଁ ଭୋକାଲ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢିବା ବୋଲି ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।