୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଭୁବନେଶ୍ୱର : ଭରତପୁର ଥାନା ପୋଲିସ-ମେଜର ବିବାଦ ଘଟଣା । ନିଲମ୍ବିତ ଥାନା ଆଇଆଇସିଙ୍କୁ ସମେତ ଅନ୍ୟ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ସେମାନଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଏହା ସହ ଆବଶ୍ୟକସ୍ଥଳେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ ବି କରାଯିବ । ଏଥିପାଇଁ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସହମତି ମଗାଯାଇଛି । ଖୁବଶୀଘ୍ର ଏନେଇ କୋର୍ଟଙ୍କ ନିଷ୍ପତ୍ତି ଆସିବ । […]
ଭୁବନେଶ୍ୱର : ଭରତପୁର ଥାନା ପୋଲିସ-ମେଜର ବିବାଦ ଘଟଣା । ନିଲମ୍ବିତ ଥାନା ଆଇଆଇସିଙ୍କୁ ସମେତ ଅନ୍ୟ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ସେମାନଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଏହା ସହ ଆବଶ୍ୟକସ୍ଥଳେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ ବି କରାଯିବ । ଏଥିପାଇଁ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସହମତି ମଗାଯାଇଛି । ଖୁବଶୀଘ୍ର ଏନେଇ କୋର୍ଟଙ୍କ ନିଷ୍ପତ୍ତି ଆସିବ । ୪ ନିଲମ୍ବିତ ପୋଲିସ କର୍ମଚାରୀ ହେଲେ SI ବୈଶାଳିନୀ ପଣ୍ଡା, ASI ଶୈଳମୟୀ ସାହୁ, ASI ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା । ଗତ ୨୫ ତାରିଖରେ ନିଲମ୍ବିତ ଆଇଆଇସିଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଭୁବନେଶ୍ବର SDJM କୋର୍ଟ ଅନୁମତି ଦେଇଥିଲେ । ଖୁବଶୀଘ୍ର ଏକ ସ୍ବତନ୍ତ୍ର ଟିମ୍ ଦୀନକୃଷ୍ଣକୁ ନେଇ ଗୁଜୁରାଟ ଗାନ୍ଧୀନଗର ଗସ୍ତ କରିବ ।




