୪ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ମଙ୍ଗଳ ଆଳତି

ପୁରୀ: ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି। ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି । ତେବେ ୪ଘଣ୍ଟା ପରେ ସ୍ୱାଭାବିକ ହେଲା ଶ୍ରୀମନ୍ଦିରରେ ନୀତିକାନ୍ତି। ମହାପ୍ରଭୁଙ୍କର ହେଲା ମଙ୍ଗଳ ଆଳତି। ଆଜି ଭୋର ୫ଟା ୫୬ମିନିଟରେ ବିବାହ ନୀତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶ ନୀତି ରହିଛି। ବର୍ତ୍ତମାନ ସାଧାରଣ ଦର୍ଶନ ଜାରି ରହିଛି। […]

Samaya Live Picture
Published On

ପୁରୀ: ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି। ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି । ତେବେ ୪ଘଣ୍ଟା ପରେ ସ୍ୱାଭାବିକ ହେଲା ଶ୍ରୀମନ୍ଦିରରେ ନୀତିକାନ୍ତି। ମହାପ୍ରଭୁଙ୍କର ହେଲା ମଙ୍ଗଳ ଆଳତି। ଆଜି ଭୋର ୫ଟା ୫୬ମିନିଟରେ ବିବାହ ନୀତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶ ନୀତି ରହିଛି। ବର୍ତ୍ତମାନ ସାଧାରଣ ଦର୍ଶନ ଜାରି ରହିଛି। ତେବେ ନୀତି ଶୃଙ୍ଖଳିତ କରାନଗଲେ ଆଗାମୀ ଦିନରେ ଦେବସ୍ନାନ ପୂର୍ଣ୍ଣମୀ ନୀତି ବିଳମ୍ବ ହେବା ନେଇ ଆଶଙ୍କା ରହିଛି।

ଅନ୍ୟପଟେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଗୁଆଲୀ ଯାତ୍ରା ଅନୁଷ୍ଠିତ ହେବ । ଆଜି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡମ୍ବରରେ ସମ୍ପର୍ଣ୍ଣ ହେବ। ପାଲିଙ୍କିରେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ।

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆ ଲୁଗା ଲାଗି କରାଯାଇଥାଏ।

Tags: