୩ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ନିବେଶକାରୀଙ୍କ ସହ ହେବ ଆଲୋଚନା
ଭୁବନେଶ୍ୱର : ଆଜିଠାରୁ ୩ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଆସନ୍ତା କାଲି ହେବାକୁଥିବା ଆଇ.ଟି.ହବ ରେ ଯୋଗ ଦେଇ ନିବେଶକାରୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏହାପରେ ସେଠାରେ ଏକ ରୋଡ ସୋ’ର କାର୍ଯ୍ଯକ୍ରମ ମଧ୍ୟ ରହିଛି । ସେଠାକାର ଚାମ୍ବର୍ସ ଅଫ କମର୍ସ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ହେବ ଆଲୋଚନା । ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ଓଡ଼ିଶା ହେବାକୁ ଯାଉଥିବାରୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ […]
ଭୁବନେଶ୍ୱର : ଆଜିଠାରୁ ୩ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଆସନ୍ତା କାଲି ହେବାକୁଥିବା ଆଇ.ଟି.ହବ ରେ ଯୋଗ ଦେଇ ନିବେଶକାରୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏହାପରେ ସେଠାରେ ଏକ ରୋଡ ସୋ’ର କାର୍ଯ୍ଯକ୍ରମ ମଧ୍ୟ ରହିଛି । ସେଠାକାର ଚାମ୍ବର୍ସ ଅଫ କମର୍ସ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ହେବ ଆଲୋଚନା । ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ଓଡ଼ିଶା ହେବାକୁ ଯାଉଥିବାରୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ଲାଗି ନିମନ୍ତ୍ରଣ କରିବେ । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉକୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇବା ନବୀନ ଓ କୋ ଟିମ୍ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶିଳ୍ପ ମନ୍ତ୍ରୀଙ୍କ ସମେତ ଉଚ୍ଚସ୍ତରୀୟ କମିଟି ବେଙ୍ଗାଳୁରୁ ଗସ୍ତ କରିସାରିଛି। ବିଶେଷ କରି ରାଜ୍ୟ ସରକାର ଆଇ.ଟି କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଏହି ସମ୍ମିଳନୀକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହାସହ ନଭେମ୍ବର ୩୦ରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବାକୁ ନିବେଶକମାନଙ୍କୁ ଆମନ୍ତ୍ରଣ କରିବେ ନବୀନ।




