୩ ଦିନର ସର୍ଚ୍ଚ ଅପରେସନ ପରେ ମିଳିଲା ଲୁଟ ବିସ୍ଫୋରକ
ସୁନ୍ଦରଗଡ଼ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ୩ ଦିନର ସର୍ଚ୍ଚ ଅପରେସନ ପରେ ମିଳିଲା ଲୁଟ ବିସ୍ଫୋରକ ସନ୍ଧାନ । ଗତ ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲା ବାଙ୍କରୁ ଲୁଟ ହୋଇଥିବା ୪ ଟନ ବିସ୍ଫୋରକ ସାମଗ୍ରୀ ମଧ୍ୟରୁ ୩ ଟନ ମିଳିଥିବା ସୂଚନା ମିଳିଛି । ଟ୍ରକ ଭର୍ତି ବିସ୍ଫୋରକକୁ ବନ୍ଧୁକ ମୁନରେ ଲୁଟି ନେଇଥିଲେ ୪୦ ରୁ ଅଧିକ ମାଓବାଦୀ । ୩ ଦିନ ଧରି ଓଡିଶା ପୋଲିସ ଏବଂ ଏନଆଇଏ ଟିମର […]
ସୁନ୍ଦରଗଡ଼ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ୩ ଦିନର ସର୍ଚ୍ଚ ଅପରେସନ ପରେ ମିଳିଲା ଲୁଟ ବିସ୍ଫୋରକ ସନ୍ଧାନ । ଗତ ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲା ବାଙ୍କରୁ ଲୁଟ ହୋଇଥିବା ୪ ଟନ ବିସ୍ଫୋରକ ସାମଗ୍ରୀ ମଧ୍ୟରୁ ୩ ଟନ ମିଳିଥିବା ସୂଚନା ମିଳିଛି । ଟ୍ରକ ଭର୍ତି ବିସ୍ଫୋରକକୁ ବନ୍ଧୁକ ମୁନରେ ଲୁଟି ନେଇଥିଲେ ୪୦ ରୁ ଅଧିକ ମାଓବାଦୀ । ୩ ଦିନ ଧରି ଓଡିଶା ପୋଲିସ ଏବଂ ଏନଆଇଏ ଟିମର ମିଳିତ ତନାଘନା ପରେ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇପାରିଛି । ଅନ୍ୟପଟେ ସୀମାନ୍ତ ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି ।




