୩୦ତଳକୁ ବୋଲେରୋ ଖସି ଡ୍ରାଇଭର ମୃତ
ଅନୁଗୁଳ : ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିଲା ବୋଲେରୋ I ଦୁର୍ଘଟଣା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି I ମୃତ ଚାଳକ ହେଲେ ଖମାର ବାନ୍ଧଇ ଅଞ୍ଚଳର ଦେବେନ୍ଦ୍ର ପ୍ରଧାନ I ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ସହାୟତାରେ କେନାଲରୁ ଗାଡି ସମେତ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି I ଦେବେନ୍ଦ୍ର ଗତଗତକାଲି ବିଳମ୍ବିତ ରାତିରେ ବୋଲେରୋ ଚଲାଇ ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡରେ ଯାଉଥିଲେ। ମାତ୍ର ଗୁରୁଜାଙ୍ଗ-ଜନ୍ଦାବାହାଳ ଗ୍ରାମ ପାଖରେ ଭାରସାମ୍ୟ […]
ଅନୁଗୁଳ : ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିଲା ବୋଲେରୋ I ଦୁର୍ଘଟଣା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି I ମୃତ ଚାଳକ ହେଲେ ଖମାର ବାନ୍ଧଇ ଅଞ୍ଚଳର ଦେବେନ୍ଦ୍ର ପ୍ରଧାନ I ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ସହାୟତାରେ କେନାଲରୁ ଗାଡି ସମେତ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି I
ଦେବେନ୍ଦ୍ର ଗତଗତକାଲି ବିଳମ୍ବିତ ରାତିରେ ବୋଲେରୋ ଚଲାଇ ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡରେ ଯାଉଥିଲେ। ମାତ୍ର ଗୁରୁଜାଙ୍ଗ-ଜନ୍ଦାବାହାଳ ଗ୍ରାମ ପାଖରେ ଭାରସାମ୍ୟ ହରାଇ ଗାଡ଼ିଟି କେନାଲ ଭିତରକୁ ପଶି ଯାଇଥିଲା। ସ୍ଥାନୀୟ ଲୋକ ସେହି ରାସ୍ତାରେ ଯିବାବେଳେ କ୍ୟାମ୍ପରଟି ପାଣିରେ ଅଧାବୁଡି ରହିଥିବା ଅବସ୍ଥାରେ ଦେଖିଥିଲେ I ଏହାପରେ ଅଗ୍ନିଶମ ଓ ପୋଲିସ ଆସି ପହଁଚି ପାଣିରୁ ଗାଡି ସହିତ ଚାଳକଙ୍କୁ ଉଦ୍ଧାର କରିଥିଲେ I ତୁରନ୍ତ ତାଙ୍କୁ ମେଡିକାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କ୍ରେନ ମାଧ୍ୟମରେ ଗାଡ଼ିଟିକୁ ଉଦ୍ଧାର କରାଯାଇ ପୋଲିସ ତଦନ୍ତ ଜାରି ରଖିଛି I




