୩ଟି ବଗି ଲାଇନଚ୍ୟୁତ,କାନ୍ଥ ଭାଙ୍ଗି ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି

ରାଉରକେଲା : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ । ଟ୍ରାକରୁ ଖସି ମାଲବାହୀ ଟ୍ରେନର ୩ଟି ୱାଗନ ଲାଇନଚ୍ୟୁତ ହୋଇ ଜନବସ୍ତି ଭିତରକୁ ମାଡି ଯାଇଛି । ଆଜି ସକାଳ ୬ ଟାରେ ରାଉରକେଲା ବାସନ୍ତୀ କଲୋନୀରେ ଘଟିଛି ଏହି ଅଭବନୀୟ ଘଟଣା । ମାଲବାହୀ ଟ୍ରେନ୍‌ର ଦୁଇଟି ବଗି ସାଇଡିଂ କାନ୍ଥ ଭାଙ୍ଗି ୬୦ ଫୁଟ ରାସ୍ତା ପାର ହୋଇ ଶଙ୍କର ଏବଂ ଖମ୍ମାନ ନାମକ ବ୍ୟକ୍ତିଙ୍କ ଦୋକାନରେ ପ୍ରବେଶ କରିଥିଲା, ଯାହା […]

୩ଟି ବଗି ଲାଇନଚ୍ୟୁତ,କାନ୍ଥ ଭାଙ୍ଗି ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି
Samaya Live Picture
Published On

ରାଉରକେଲା : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ । ଟ୍ରାକରୁ ଖସି ମାଲବାହୀ ଟ୍ରେନର ୩ଟି ୱାଗନ ଲାଇନଚ୍ୟୁତ ହୋଇ ଜନବସ୍ତି ଭିତରକୁ ମାଡି ଯାଇଛି । ଆଜି ସକାଳ ୬ ଟାରେ ରାଉରକେଲା ବାସନ୍ତୀ କଲୋନୀରେ ଘଟିଛି ଏହି ଅଭବନୀୟ ଘଟଣା । ମାଲବାହୀ ଟ୍ରେନ୍‌ର ଦୁଇଟି ବଗି ସାଇଡିଂ କାନ୍ଥ ଭାଙ୍ଗି ୬୦ ଫୁଟ ରାସ୍ତା ପାର ହୋଇ ଶଙ୍କର ଏବଂ ଖମ୍ମାନ ନାମକ ବ୍ୟକ୍ତିଙ୍କ ଦୋକାନରେ ପ୍ରବେଶ କରିଥିଲା, ଯାହା ଫଳରେ ଦୋକାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନାହିଁ, କିନ୍ତୁ ଟ୍ରେନରେ ଧକ୍କା ଦେବା ପରେ ଅଧ ଡଜନ ଛୋଟ ଏବଂ ବଡ଼ ଯାନଗୁଡ଼ିକ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି ।

ଟ୍ରାକ୍ ଛାଡ଼ି ରାସ୍ତା ଉପରକୁ ମାଡିଆସିଲା ୩ଟି ବଗି । ରେଳ ଫାଟକ- ବାସନ୍ତୀ କଲୋନୀ ରାସ୍ତାରେ ଗମନାଗମନ ବ୍ୟାହତ ହୋଇଛି । ରାସ୍ତା ଉପରେ ପଡ଼ି ରହିଛି ମାଲବାହୀ ଟ୍ରେନର ୱାଗନ। ଘଟଣାସ୍ଥଳରେ ରେଲୱେ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ କରୁଛି। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଯାନବାହାନ। ଦୁର୍ଘଟଣାର ପ୍ରାୟ ଦେଢ଼ ଘଣ୍ଟା ପରେ ରେଳ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସକାଳ ୮ଟାରୁ, ଆରପିଏଫ୍ ଦଳ ଦାୟିତ୍ୱ ଗ୍ରହଣ କରି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Tags: