୨ ବସ ମଧ୍ୟରେ ମୁହାଁମୁହିଁ ଧକ୍କା,୧୬ ଗୁରୁତର
ବାଲେଶ୍ୱର : ଦୁଇଟି ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୬ ଯାତ୍ରୀ ଗୁରୁତର I ଆଜି ସକାଳୁ ଏ ଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ନିକଟ ତାମୁଳିଆ ପୋଲ ଉପରେ I ବିପରୀତ ଦିଗରୁ ଆସୁଥିବା ୨ ଯାତ୍ରୀବାହୀ ‘ମନୀଷା’ ଓ ‘ସାଇ ଅରବିନ୍ଦ’ ବସ ପରସ୍ପର ମଧ୍ୟରେ ପିଟି ହୋଇଥିଲେ I ଏଥିରେ ଉଭୟ ବସରୁ ୧୬ ଜଣ ଯାତ୍ରୀ ଆହତ ହେବା ସହିତ ‘ମନୀଷା’ବସର ଡ୍ରାଇଭର ଗୁରୁତର […]
ବାଲେଶ୍ୱର : ଦୁଇଟି ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୬ ଯାତ୍ରୀ ଗୁରୁତର I ଆଜି ସକାଳୁ ଏ ଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ନିକଟ ତାମୁଳିଆ ପୋଲ ଉପରେ I ବିପରୀତ ଦିଗରୁ ଆସୁଥିବା ୨ ଯାତ୍ରୀବାହୀ ‘ମନୀଷା’ ଓ ‘ସାଇ ଅରବିନ୍ଦ’ ବସ ପରସ୍ପର ମଧ୍ୟରେ ପିଟି ହୋଇଥିଲେ I ଏଥିରେ ଉଭୟ ବସରୁ ୧୬ ଜଣ ଯାତ୍ରୀ ଆହତ ହେବା ସହିତ ‘ମନୀଷା’ବସର ଡ୍ରାଇଭର ଗୁରୁତର ଥିବା ଜଣା ପଡିଛି I ଘଟଣାସ୍ଥଳରୁ ଆହତ ମାନଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତେବେ ପୋଲ ଟି ଅତ୍ୟନ୍ତ ଅଣଓସାରିଆ ହୋଇଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି I ଦୁର୍ଘଟଣାରେ ଦୁଇଟି ବସ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଲେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I




