୨ ବର୍ଷ ପରେ ଜୋରଦାର ସେଲିବ୍ରେସନ ହେବ ଜିରୋ ନାଇଟ୍ ଚାଲିଛି ସଜବାଜ
ଭୁବନେଶ୍ୱର : ରାତି ପାହିଲେ ନୂଆବର୍ଷ I ନୂଆ ବର୍ଷଟିକୁ ନିଜ ହିସାବ ରେ ପାଳନ କରିବା ପାଇଁ ସମସ୍ତେ ହେଲେଣି ମତୁଆଲା I ତା ପୂର୍ବରୁ ଡିସେମ୍ବର ୩୧ ସନ୍ଧ୍ୟାରୁ ପାଳନ ହେବ ଜିରୋ ନାଇଟ ସେଲିବ୍ରେସନ I କୋଭିଡ ଯୋଗୁଁ ୨ ବର୍ଷ ଧରି ଫିକା ପଡିଥିବା ଜିରୋ ନାଇଟ ସେଲିବ୍ରେସନ ଏବର୍ଷ ଖୁବ ଜମିବ I ଏଥିପାଇଁ ସଜେଇ ହେଲେଣି ବଡ଼ ବଡ଼ ହୋଟେଲ ଓ କ୍ଳବ ଗୁଡିକ I ରଙ୍ଗ ବିରଙ୍ଗୀ […]
ଭୁବନେଶ୍ୱର : ରାତି ପାହିଲେ ନୂଆବର୍ଷ I ନୂଆ ବର୍ଷଟିକୁ ନିଜ ହିସାବ ରେ ପାଳନ କରିବା ପାଇଁ ସମସ୍ତେ ହେଲେଣି ମତୁଆଲା I ତା ପୂର୍ବରୁ ଡିସେମ୍ବର ୩୧ ସନ୍ଧ୍ୟାରୁ ପାଳନ ହେବ ଜିରୋ ନାଇଟ ସେଲିବ୍ରେସନ I କୋଭିଡ ଯୋଗୁଁ ୨ ବର୍ଷ ଧରି ଫିକା ପଡିଥିବା ଜିରୋ ନାଇଟ ସେଲିବ୍ରେସନ ଏବର୍ଷ ଖୁବ ଜମିବ I ଏଥିପାଇଁ ସଜେଇ ହେଲେଣି ବଡ଼ ବଡ଼ ହୋଟେଲ ଓ କ୍ଳବ ଗୁଡିକ I ରଙ୍ଗ ବିରଙ୍ଗୀ ଲାଇଟ ସାଙ୍ଗକୁ ନାଚଗୀତରେ ଦୁଲୁକିବ ମଞ୍ଚ । ଏହା ସହିତ ସୁସ୍ୱାଦୁ ଖାଦ୍ୟ ପାନୀୟ ର ବି ଆସର ଜମିବ I
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ହୋଟେଲ୍ ଏବଂ କ୍ଲବ୍ରେ ଜିରୋ ନାଇଟ୍ ସେଲିବ୍ରେସନ ଲାଗି ବଡ଼ ଧରଣର ଆୟୋଜନ କରାଯାଉଛି । ଚାରିଆଡେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି Iକଟକରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ କ୍ଲବ, ୟୁନିଅନ୍ କ୍ଲବ ଏବଂ ଓସିଏ କ୍ଲବରେ ହୋଇଛି ବ୍ୟାପକ ଆୟୋଜନ । ଓଲିଉଡ, ବଲିଉଡ୍ ତଥା ରୁଷିଆନ୍ କଳାକାରଙ୍କ ଡାନ୍ସରେ ଝୁମିବେ ଦର୍ଶକ । ରେଶମ ସହର ବ୍ରହ୍ମପୁରରେ ବି ନାମୀଦାମୀ ହୋଟେଲ୍ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ପଶ୍ଚିମବଙ୍ଗ ଏବଂ ଭୁବନେଶ୍ୱରରୁ କଳାକାରମାନେ ଆସୁଥିବା ବେଳେ ଏଥର ଜମିବ ଜିରୋ ନାଇଟ୍ I




