+୨ ପାଠ୍ୟକ୍ରମରେ ଦିଆଯିବ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ୨୪-୨୫ ରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଆଂଚଳିକ ଭାଷାରେ ଶିକ୍ଷାଦାନ ପାଇବେ । ଇଂରାଜୀ ଭାଷାରେ ପଢ଼ାଯାଉଥିବା ବିଷୟକୁ ଓଡ଼ିଆରେ ପଢ଼ାଯିବ। ଫଳରେ ଇଂରାଜୀ ବୁଝିବାରେ ଅସୁବିଧା ଭୋଗୁଥିବା ଛାତଛାତ୍ରୀ ସହଜରେ ଅଧ୍ୟୟନ କରିପାରିବେ। ଏହାସହ ଅନାବଶ୍ୟକ ପାଠ୍ୟକ୍ରମକୁ ବାଦ୍ ଦିଆଯାଇ ଅତ୍ୟାଧୁନିକ ବିଷୟବସ୍ତୁକୁ ସାମିଲ କରାଯିବ। ଏନେଇ ଗତ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାନ୍ଥ ନିବାସ ଠାରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ବିଶେଷଜ୍ଞ ମାନଙ୍କୁ ନେଇ ଉଚ୍ଚ ମାଧ୍ୟମିକ […]
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ୨୪-୨୫ ରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଆଂଚଳିକ ଭାଷାରେ ଶିକ୍ଷାଦାନ ପାଇବେ । ଇଂରାଜୀ ଭାଷାରେ ପଢ଼ାଯାଉଥିବା ବିଷୟକୁ ଓଡ଼ିଆରେ ପଢ଼ାଯିବ। ଫଳରେ ଇଂରାଜୀ ବୁଝିବାରେ ଅସୁବିଧା ଭୋଗୁଥିବା ଛାତଛାତ୍ରୀ ସହଜରେ ଅଧ୍ୟୟନ କରିପାରିବେ। ଏହାସହ ଅନାବଶ୍ୟକ ପାଠ୍ୟକ୍ରମକୁ ବାଦ୍ ଦିଆଯାଇ ଅତ୍ୟାଧୁନିକ ବିଷୟବସ୍ତୁକୁ ସାମିଲ କରାଯିବ। ଏନେଇ ଗତ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାନ୍ଥ ନିବାସ ଠାରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ବିଶେଷଜ୍ଞ ମାନଙ୍କୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜାତୀୟ ସ୍ତରୀୟ ବିଭିନ୍ନ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବାକୁ +୨ ସିଲାବସ ରେ ପରିବର୍ତ୍ତନ କରାଯିବ। ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ଓ ପ୍ରବେଶିକା ପରୀକ୍ଷାରେ ଆସୁଥିବା ପ୍ରଶ୍ନର ମୁକାବିଲା କରିବାପାଇଁ ଛାତ୍ରଛାତ୍ରୀଙ୍କୁ କୃତ୍ତିମ ବୁଦ୍ଧିମତା, କର୍ପୋରେଟ ପରଚାଳନା, ଓଡ଼ିଆ ଜାତୀୟତାବାଦ ପରି ରାଜନୀତି ବିଜ୍ଞାନରେ ଆସୁଥିବା ନୂଆ ନୂଆ ଧାରାକୁ ସାମିଲ କରାଯିବ। ଅନୂରୂପ ଭାବେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଆସିଥିବା ପରିବର୍ତ୍ତିନକୁ ପାଠ୍ୟକ୍ରମରେ ସାମିଲ କରାଯିବ।
ନୂତନ ସିଲାବସ ପ୍ରସ୍ତୁତ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷ ଥିବାବେଳେ ୫ ରୁ ୭ ଜଣ ବିଶେଷଜ୍ଞ ରହିଛନ୍ତି। କମିଟି ପରିବର୍ତ୍ତିତ ସିଲାବସକୁ ପରିଷଦ ନିକଟରେ ଦାଖଲ କରିସାରିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣା ପଡିଛି। ସରକାରଙ୍କ ଅନୁମୋଦନ ପରେ ଏହା ନୂତନ ପାଠ୍ୟକ୍ରମ ଭାବେ କାର୍ଯ୍ୟକାରୀ ହେବ।




