୨୫ ରୁ ଉଡିବ ଯାତ୍ରୀବାହୀ ବିମାନ କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା
Edited by Papu Mohanty ଭୁବନେଶ୍ୱର : May 20:ପୁଣି ଆରମ୍ଭ ହେବ ଯାତ୍ରୀବାହୀ ବିମାନ ଚଳାଚଳ । ଏହି ସୂଚନା ଦେଇଛନ୍ତି ବେସାରମିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ଚଳିତମାସ ୨୫ତାରିଖରୁ ଏହା ଆରମ୍ଭ ହେବ । ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ, ସମସ୍ତ ବିମାନବନ୍ଦର ଏବଂ ବିମାନ ପରିବହନକାରୀ ସଂସ୍ଥାଙ୍କୁ ମେ ୨୫ରୁ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ସୂଚନା ଦିଆଯାଇଛି । ଯାତ୍ରୀମାନଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ […]
Edited by Papu Mohanty
ଭୁବନେଶ୍ୱର : May 20:ପୁଣି ଆରମ୍ଭ ହେବ ଯାତ୍ରୀବାହୀ ବିମାନ ଚଳାଚଳ । ଏହି ସୂଚନା ଦେଇଛନ୍ତି ବେସାରମିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ଚଳିତମାସ ୨୫ତାରିଖରୁ ଏହା ଆରମ୍ଭ ହେବ । ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ, ସମସ୍ତ ବିମାନବନ୍ଦର ଏବଂ ବିମାନ ପରିବହନକାରୀ ସଂସ୍ଥାଙ୍କୁ ମେ ୨୫ରୁ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ସୂଚନା ଦିଆଯାଇଛି । ଯାତ୍ରୀମାନଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ ସଂପୃକ୍ତ ସଂସ୍ଥାଙ୍କୁ ମନ୍ତ୍ରାଳୟ ପକ୍ଷରୁ ପୃଥକ ଭାବରେ ଏସଓପି ପ୍ରଦାନ କରାଯାଉଛି । ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କେବଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କିମ୍ବା କେନ୍ଦ୍ରର ନିଷ୍ପତ୍ତି ନୁହେଁ, ଯେଉଁଠି ଏହିସବୁ ବିମାନ ଉଡ଼ାଣ ଭରିବେ ଏବଂ ଅବତରଣ କରିବେ, ସେହି ରାଜ୍ୟର ରାଜ୍ୟ ସରକାର ମଧ୍ୟ ଏଥି ପାଇଁ ଅନୁମତି ଦେବା ଉଚିତ୍ ।




