୨୩ରୁ ରିଚେକିଙ୍ଗ ପାଇଁ ଆବେଦନ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ତେବେ ଓଡିଶାର ରେଜଲ୍ଟ ଚଳିତବର୍ଷ ୯୬.୪୦% ଥିବା ବେଳେ ଏଥିରୁ ଛାତ୍ରୀଙ୍କ ପାସ୍ ହାର ୯୭.୦୫ ଏବଂ ଛାତ୍ର ୯୫.୬୮% ହାରରେ ପାସ୍ କରିଛନ୍ତି । ଏହାପରେ ଆସନ୍ତା ୨୩ ତାରିଖରୁ ପିଲାମାନେ ଖାତା ରିଚେକିଙ୍ଗ ପାଇଁ ଆବେଦନ କରିପାରିବେ ବୋଲି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀମତି ପ୍ରମିଳା ମଲ୍ଲିକ । ହାଇସ୍କୁଲ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ତେବେ ଓଡିଶାର ରେଜଲ୍ଟ ଚଳିତବର୍ଷ ୯୬.୪୦% ଥିବା ବେଳେ ଏଥିରୁ ଛାତ୍ରୀଙ୍କ ପାସ୍ ହାର ୯୭.୦୫ ଏବଂ ଛାତ୍ର ୯୫.୬୮% ହାରରେ ପାସ୍ କରିଛନ୍ତି । ଏହାପରେ ଆସନ୍ତା ୨୩ ତାରିଖରୁ ପିଲାମାନେ ଖାତା ରିଚେକିଙ୍ଗ ପାଇଁ ଆବେଦନ କରିପାରିବେ ବୋଲି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀମତି ପ୍ରମିଳା ମଲ୍ଲିକ ।

ହାଇସ୍କୁଲ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ । ତେବେ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ପାଇଁ ଅଫଲାଇନରେ ଆବେଦନ କରିବେ ମାଟ୍ରିକ ପରୀକ୍ଷାର୍ଥୀ । ଏ ନେଇ ବୋର୍ଡର ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି ।

ଏହାବ୍ୟତୀତ ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଜି ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିଲା। କିନ୍ତୁ ଏଥର ହେବ। ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ପରୀକ୍ଷା କରାଯିବ। ଏକ ସପ୍ତାହ ମଧ୍ୟରେ ବାହାରିବ ସପ୍ଲିମେଣ୍ଟାରୀ ପରୀକ୍ଷା ବିଜ୍ଞପ୍ତି। ଦୁଇ ମାସ ମଧ୍ୟରେ ବାହାରିବ ସପ୍ଲିମେଣ୍ଟାରୀ ରେଜଲ୍ଟ। ଚଳିତ ଶିକ୍ଷା ବର୍ଷରେ ଏକାଦଶ ପଢିବେ ସପ୍ଲିମେଣ୍ଟାରୀ ପାସ ପରୀକ୍ଷାର୍ଥୀ ବୋଲି ସେ କହିଛନ୍ତି। ।

Tags: