୨୦୨୬ ଜାନୁୟାରୀରେ ଆସିବ ନୂଆ ସମବାୟ ନୀତି – ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାବର୍ଷ ଜାନୁଆରୀ ୩୧ ସୁଦ୍ଧା ଆସିବ ନୂଆ ସମବାୟ ନୀତି। ଦିଲ୍ଲୀରୁ ଫେରିବା ପରେ ଏନେଇ ଘୋଷଣା କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଏନେଇ ଦିଲ୍ଲୀରେ ବୈଠକ ବସିଥିଲା। ତେବେ ଦିଲ୍ଲୀରୁ ଆସିବା ପରେ ମନ୍ତ୍ରୀ କହିଛନ୍ତି, ‘ରାଜ୍ୟର ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି। ସବୁ ସମବାୟ ସମିତିରେ ହେବ ମଲ୍ଟିପୁଲ୍ ବ୍ୟବସାୟ। ସମିତିରେ LPG ଗ୍ୟାସ୍ ବିତରଣ ଓ ଔଷଧ […]

୨୦୨୬ ଜାନୁୟାରୀରେ ଆସିବ ନୂଆ ସମବାୟ ନୀତି – ମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ଆସନ୍ତାବର୍ଷ ଜାନୁଆରୀ ୩୧ ସୁଦ୍ଧା ଆସିବ ନୂଆ ସମବାୟ ନୀତି। ଦିଲ୍ଲୀରୁ ଫେରିବା ପରେ ଏନେଇ ଘୋଷଣା କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଏନେଇ ଦିଲ୍ଲୀରେ ବୈଠକ ବସିଥିଲା।

ତେବେ ଦିଲ୍ଲୀରୁ ଆସିବା ପରେ ମନ୍ତ୍ରୀ କହିଛନ୍ତି, ‘ରାଜ୍ୟର ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି। ସବୁ ସମବାୟ ସମିତିରେ ହେବ ମଲ୍ଟିପୁଲ୍ ବ୍ୟବସାୟ। ସମିତିରେ LPG ଗ୍ୟାସ୍ ବିତରଣ ଓ ଔଷଧ ଦୋକାନ ରହିବ। ପେଟ୍ରୋଲ୍ ପମ୍ପ୍, ଜନ ସେବା କେନ୍ଦ୍ର, ଡାଇରୀ ଫାର୍ମ, ଦୁଗ୍ଧ ବିତରଣ ବ୍ୟବସ୍ଥା ରହିବ। ଲୋକଙ୍କ ଘର ପାଖରେ ସୁବିଧା ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ।

ଏଥିସହ ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ବ୍ୟାଙ୍କ। ଲାଭ ପାଇଁ ନୁହେଁ, ସେବା ପାଇଁ କାମ କରିବ ସମବାୟ ସମିତି। ଚାଷୀ ୩ ଲକ୍ଷ ଋଣ ନେଲେ ବାର୍ଷିକ ଦୁଇ ପ୍ରତିଶତ ସୁଧ ଦେବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ଋଣ ୫ ଲକ୍ଷ କରିବେ ସରକାର। କେତେ ପ୍ରତିଶତ ସୁଦ୍ଧ ରହିବ ଖୁବ ଶୀଘ୍ର ହେବ ନିଷ୍ପତ୍ତି ହେବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

Tags: