୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେନି ପାଣ୍ଡିଆନ

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଖବର I ଆଗାମୀ ୨୦୧୪ ସାଧାରଣ ନିର୍ବାଚନ ଲଢ଼ିବେନି ଭି.କେ.ପାଣ୍ଡିଆନ I ପ୍ରଶାସନିକ ସେବାରୁ ସ୍ବେଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିବା ଭି. କାର୍ତ୍ତିକେୟ ପାଣ୍ଡିଆନ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଚର୍ଚ୍ଚା ଚାଲୁଥିଲା । ତେବେ ଏହି ଘଟଣାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର I ଶୁକ୍ରବାର ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବସିଥିବା ପରିବର୍ଦ୍ଧିତ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଖବର I ଆଗାମୀ ୨୦୧୪ ସାଧାରଣ ନିର୍ବାଚନ ଲଢ଼ିବେନି ଭି.କେ.ପାଣ୍ଡିଆନ I ପ୍ରଶାସନିକ ସେବାରୁ ସ୍ବେଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିବା ଭି. କାର୍ତ୍ତିକେୟ ପାଣ୍ଡିଆନ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଚର୍ଚ୍ଚା ଚାଲୁଥିଲା । ତେବେ ଏହି ଘଟଣାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର I ଶୁକ୍ରବାର ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବସିଥିବା ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସେ ଏହି କଥା କହିଛନ୍ତି।

ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ସୂଚନା ଦେଇକହିଛନ୍ତି କି,ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭିକେ.ପାଣ୍ଡିଆନ୍ ଲଢିବେ ନାହିଁ I ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ପାଣ୍ଡିଆନ କାମ କରିବେ। ସେ ଦଳର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିବେ। ସେ ଲୋକଙ୍କ ସେବାରେ ନିୟୋଜିତ ରହିବେ ବୋଲି ଆଜି କାର୍ଯ୍ୟକାରିଣୀରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ସ୍ପଷ୍ଟ କରିଛନ୍ତି। ତେବେ ଯଦି ସେ ନିର୍ବାଚନରେ ଲଢିବାକୁ ଚାହିଁବେ,ତେବେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି। ପାଣ୍ଡିଆନ ରାଜନୀତିରେ ରହି ସେବା କରିବେ,କିନ୍ତୁ ନିର୍ବାଚନ ଲଢ଼ିବେ ନାହିଁ। ତେବେ ସେ ନିର୍ବାଚନ ଲଢ଼ିଲେ କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ କହିଥିଲେ।

ସୂଚନାନୁସାରେ,ଗତ ଅକ୍ଟୋବର ୨୩ତାରିଖରେ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ନଭେମ୍ବର ୨୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ।ଏହାପର ଠାରୁ ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭି.କେ.ପାଣ୍ଡିଆନ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା I

Tags: