୨ବର୍ଷରେ ହେବ ରାଜ୍ୟ ନକ୍ସଲ ମୁକ୍ତ -ବିଏସଏଫ ଡ଼ିଆଇଜି

ଭୁବନେଶ୍ୱର: ଦୁଇ ବର୍ଷମଧ୍ୟରେ ରାଜ୍ୟରୁ ନକ୍ସଲ ହେବେ ନିପାତ I ୨୦୧୦ରୁ ଏଯାଏଁ ୬୫ ଜଣ ନକ୍ସଲଙ୍କୁ ନିପାତ କରିଛି ବିଏସଏଫ ଏହା ସହ ୭୯୩ ଜଣ ଗିରଫ ହେବା ସହିତ ୬୩୨ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି I ୧୦କୋଟି ଟଙ୍କା ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବିଏସଏଫ ଡ଼ିଆଇଜି I ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି,କନ୍ଧମାଳ ବୌଦ୍ଧ ୩ଟି ଜିଲ୍ଲା ନକ୍ସଲ ଗଡରେ ସିଓବି କ୍ୟାମ୍ପ ନିର୍ମାଣ କରାଯାଇଛି I ଚଳିତ ବର୍ଷ ଜାନୁୟାରୀ ୨୬ […]

Samaya Live Picture
Published On

ଭୁବନେଶ୍ୱର: ଦୁଇ ବର୍ଷମଧ୍ୟରେ ରାଜ୍ୟରୁ ନକ୍ସଲ ହେବେ ନିପାତ I ୨୦୧୦ରୁ ଏଯାଏଁ ୬୫ ଜଣ ନକ୍ସଲଙ୍କୁ ନିପାତ କରିଛି ବିଏସଏଫ ଏହା ସହ ୭୯୩ ଜଣ ଗିରଫ ହେବା ସହିତ ୬୩୨ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି I ୧୦କୋଟି ଟଙ୍କା ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବିଏସଏଫ ଡ଼ିଆଇଜି I ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି,କନ୍ଧମାଳ ବୌଦ୍ଧ ୩ଟି ଜିଲ୍ଲା ନକ୍ସଲ ଗଡରେ ସିଓବି କ୍ୟାମ୍ପ ନିର୍ମାଣ କରାଯାଇଛି I ଚଳିତ ବର୍ଷ ଜାନୁୟାରୀ ୨୬ ରୁ ବାଲିଗୁଡ଼ାରେ ବିଏସଏଫ ବାଟାଲିୟନ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି I

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଗୁଡିକ ନକ୍ସଲ ଏରିଆରେ ପହଞ୍ଚାଇବାର ଦାୟିତ୍ୱ ନେଇଛି ବିଏସଏଫ I ରିମୋଟ ଅଞ୍ଚଳର ଗାଁ ଗୁଡିକରେ ଆଦିବାସୀଙ୍କର ଉନ୍ନତି ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି I ଚାକିରୀ ହେଉ କିମ୍ବା ସ୍ୱାସ୍ଥ୍ୟ ସମସ୍ତ ଗୁରୁତ୍ତ୍ଵପୂର୍ଣ୍ଣ ବିଷୟକୁ ନେଇ ବିଏସଏଫ ଅନେକ କାର୍ଯ୍ୟ କରିଛି I ଆଗକୁ ନିର୍ବାଚନ ଆସୁଛି I ୨୦୨୪ନିର୍ବାଚନକୁ ନକ୍ସଲ ମୁକ୍ତ କରାଯିବାନେଇ ସୂଚନା ଦେଇଛନ୍ତି ବିଏସଏଫ ଡ଼ିଆଇଜି I

Tags: