୧୮ରୁ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍; ରାଜ୍ୟ ଭିତରେ ଚଳାଚଳ କରିପାରିବ ଯାତ୍ରୀବାହୀ ବସ୍
Edited by Papu Mohanty ଭୁବନେଶ୍ୱର : May 17: ସରକାର ଦେଶରେ ଲକ୍ଡାଉନ୍ ଅବଧିକୁ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗାଇଡ୍ଲାଇନ୍ ଜାରି କରାଯାଇଛି । ଗାଇଡ୍ଲାଇନ୍ ଅନୁସାରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଭିତରେ ପୂର୍ବପରି ବନ୍ଦ ରହିବ ମେଟ୍ରୋସେବା, ସ୍କୁଲ, କଲେଜ, ହୋଟେଲ୍, ରେଷ୍ଟ୍ରୁରାଣ୍ଟ, ସିନେମାହଲ୍, ମଲ୍, ଜିମ୍, ପାର୍କ, ସୁଇମିଂପୁଲ୍ ଆଦି ବନ୍ଦ ରହିବ । ସେହିଭଳି ଦେଶରେ ଥିବା […]
Edited by Papu Mohanty
ଭୁବନେଶ୍ୱର : May 17: ସରକାର ଦେଶରେ ଲକ୍ଡାଉନ୍ ଅବଧିକୁ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗାଇଡ୍ଲାଇନ୍ ଜାରି କରାଯାଇଛି । ଗାଇଡ୍ଲାଇନ୍ ଅନୁସାରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଭିତରେ ପୂର୍ବପରି ବନ୍ଦ ରହିବ ମେଟ୍ରୋସେବା, ସ୍କୁଲ, କଲେଜ, ହୋଟେଲ୍, ରେଷ୍ଟ୍ରୁରାଣ୍ଟ, ସିନେମାହଲ୍, ମଲ୍, ଜିମ୍, ପାର୍କ, ସୁଇମିଂପୁଲ୍ ଆଦି ବନ୍ଦ ରହିବ । ସେହିଭଳି ଦେଶରେ ଥିବା ସମସ୍ତ ଥିଏଟର, ପାର୍କ ଏବଂ ବାରକୁ ବନ୍ଦ ରଖିବା ନେଇ ଗାଇଡଲାଇନ୍ ଜାରି କରାଯାଇଛି । ସେହିପରି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା, ସ୍କୁଲ, କଲେଜ, କୋଚିଂସେଣ୍ଟର ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଧାର୍ମିକ ଉତ୍ସବ ଅନୁଷ୍ଠାନ ଓ ସମୂହ ଏକତ୍ରିକରଣକୁ ଗାଇଡ୍ଲାଇନ୍ରେ ବାରଣ କରାଯାଇଛି । ରେଡ୍, ଗ୍ରୀନ୍, ଅରେଞ୍ଜ ଓ ବଫରଜୋନ୍ ରାଜଖ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ସ୍ଥିର କରିବାକୁ କୁହାଯାଇଛି । ରାଜ୍ୟ ଭିତରେ ଯାତ୍ରୀବାସୀ ବସ ଓ ଗାଡି ଚଳାଚଳ କରିପାରିବେ ତେବେ ðଆନ୍ତଃରାଜ୍ୟ ବସ୍ ଚଳାଚଳ ରାଜ୍ୟ ରାଜ୍ୟ ଭିତରେ ସହମତି ଭିତ୍ତିରେ ହୋଇପାରିବ । ରାଜ୍ୟ ଭିତରେ ବସ୍ ଚଳାଚଳ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ପୂର୍ବଭଳି ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫୁ୍ୟ ବଳବତର ରହିବ । ଗାଇଡ୍ଲାଇନ୍ରେ ୫୦ଜଣଙ୍କୁ ନେଇ ବିବାହ ଉତ୍ସବ ୨୦ଜଣ ଶେଷକୃତ୍ୟରେ ଅଂଶ ଗ୍ରହଣ କରିପାରିବେ ବୋଲି କୁହାଯାଇଛି । କୌଣସି ପରିସ୍ଥିତିରେ ମାଲ୍ ପରିବହନ ବାଧା ଦିଆଯିବନାହିଁ । ଅତ୍ୟାବଶ୍ୟୟ ସେବାରେ ଥିବା ଯାନବାହାନ ଓ କର୍ମଚାରୀମାନେ ଅବରୋଧ ଅଞ୍ଚଳରେ ଚଳପ୍ରଚଳ କରିପାରିବେ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।




