୧୭ରେ ଓଡିଶା ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଚଳିତ ମାସ ୧୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଓଡିଶା ଗସ୍ତରେ ଆସି ସେ ଢେଙ୍କାନାଳରେ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଢେଙ୍କାନାଳରେ ହେବାକୁ ଥିବା ସମାବେଶରେ ୫୦ ହଜାର ଲୋକଙ୍କୁଶାହ ମ୍ବୋଧନ କରିବେ। ୯ବର୍ଷ ଶାସନ କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇବେ […]

Samaya Live Picture
Published On

ଭୁବନେଶ୍ୱର : ଚଳିତ ମାସ ୧୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଓଡିଶା ଗସ୍ତରେ ଆସି ସେ ଢେଙ୍କାନାଳରେ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଢେଙ୍କାନାଳରେ ହେବାକୁ ଥିବା ସମାବେଶରେ ୫୦ ହଜାର ଲୋକଙ୍କୁଶାହ ମ୍ବୋଧନ କରିବେ। ୯ବର୍ଷ ଶାସନ କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇବେ ଓ ରାଜ୍ୟ ସରକାରଙ୍କର ବିଫଳତା ବିଷୟରେ ଲୋକଙ୍କୁ କହିବେ। ଏଥର ଶାହ କେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବେ, ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହାସହ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ଏ ନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଏବେ ସୁଦ୍ଧା ଆସିନାହିଁ, କିନ୍ତୁ ତାଙ୍କର ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା କଥା ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Tags: