୧୨୫୦ କୋଟିର ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ
ଭୁବନେଶ୍ୱର : ରାଜ୍ୟରେ ୧୨୫୦ କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ । ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ)ର ୧୨୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଦ୍ୱାରା ରାଜ୍ୟରେ ଅତିରିକ୍ତ ୩୬୪୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତିର ସୁଯୋଗ ମିଳିବ । ଏଥିସହିତ ଏହି ପ୍ରକଳ୍ପ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯଥେଷ୍ଟ ସହାୟକ ହେବ […]
ଭୁବନେଶ୍ୱର : ରାଜ୍ୟରେ ୧୨୫୦ କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ । ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ)ର ୧୨୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଦ୍ୱାରା ରାଜ୍ୟରେ ଅତିରିକ୍ତ ୩୬୪୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତିର ସୁଯୋଗ ମିଳିବ ।
ଏଥିସହିତ ଏହି ପ୍ରକଳ୍ପ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯଥେଷ୍ଟ ସହାୟକ ହେବ । ଏସଏଲଏସଡବ୍ଲ୍ୟୁସିଏ ବୈଠକରେ ଯେଉଁ ପ୍ରକଳ୍ପ ସବୁକୁ ସଙ୍କେତ ମିଳିଛି ତାହା ରାଜ୍ୟରେ ଶିଳ୍ପ ଇକୋସିଷ୍ଟମର ଦ୍ରୁତ ସଂପ୍ରସାରଣ କରାଇବାରେ ସହାୟକ ହେବ । ସେଗୁଡ଼ିକ ହେଲା- ମମତା ଫାବ୍ରିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୫୨କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ଏକ ରେଡିମେଡ୍ ଗାର୍ମେଣ୍ଟ ମ୍ୟାନୁଫାକଚରିଂ ୟୁନିଟ୍ ନିର୍ମାଣ କରାଯିବ, ଯେଉଁଥିରେ ପ୍ରାୟ ୨ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ବିକେ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଟେକ୍ସଟାଇଲ୍ କ୍ଷେତ୍ରରେ ୫୦କୋଟି ଟଙ୍କା ବ୍ୟୟରେ ସକ୍ସ ପ୍ରସ୍ତୁତ ୟୁନିଟ୍ ସ୍ଥାପନ କରାଯିବ । ପୋଷାକ ଓ ବୟନ ଶିଳ୍ପ କ୍ଷେତ୍ରରେ ବିକେ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡକୁ ଏକ ମୋଜା ଉତ୍ସାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଛି । ଏହି ସଂସ୍ଥା ୫୨ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ, ଯାହାକି ୮୦୦ ନିଯୁକ୍ତି ସୃଷ୍ଟି କରିବ ।
ସେହିପରି ନାଜୋନ୍ ଟ୍ୟୁବ ଉକ୍ରଳ ଲିମିଟେଡ ୧,୬୦,୦୦୦ ମେଟ୍ରିକ ଟନ ଏମଏସ ବର୍ଗାକାର ଓ ଆୟତ୍ତାକାର ପାଇପ, ଟ୍ୟୁବ ପ୍ରସ୍ତୁତି ପାଇଁ ଏକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ସେଥିରେ ୧୦୫ କୋଟି ଟଙ୍କା ବିନିଯୋଗ କରାଯିବା ସହ ୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ । ଯାଜପୁରର କଳିଙ୍ଗ ନଗରରେ ଥିବା କାରଖାନାକୁ ସଂପ୍ରସାରଣ କରିବାକୁ କମ୍ପାନୀ ଯୋଜନା କରିଛି । ବେଦାନ୍ତ ଲିମିଟେଡର ୪.୫ ଏମପିଟିଏ ଲୁହାପଥର ବିଶୋଧନ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଥିବା ବେଳେ ସେଥିରେ ୮୦ କୋଟି ବିନିଯୋଗ ହେବ ଓ ୧୫୨ ଜଣ ନିଯୁକ୍ତି ପାଇବେ । ମମତା ଫେବ୍ରିକ୍ସ ପ୍ରାଇଭେଟ ଲିମିଟେଡର ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟରେ ୫୦ କୋଟି ବିନିଯୋଗ ହେବ ଓ ୨୦୦୦ ଲୋକ ନିଯୁକ୍ତି ପାଇବେ




