୧୦ ଦଫା ଦାବି ନେଇ ରାଜରାସ୍ତାରେ ଅଙ୍ଗନବାଡି କର୍ମୀ
ଭୁବନେଶ୍ୱର : ରାଜଧାନୀରେ ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଅଙ୍ଗନବାଡ଼ି କର୍ମୀ । ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ସେହିପରି ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଓ ମିନି କର୍ମୀ ମାନଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରାଯାଉ। ଏଥି ସହିତ କର୍ମୀ […]
ଭୁବନେଶ୍ୱର : ରାଜଧାନୀରେ ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଅଙ୍ଗନବାଡ଼ି କର୍ମୀ । ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ସେହିପରି ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଓ ମିନି କର୍ମୀ ମାନଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରାଯାଉ। ଏଥି ସହିତ କର୍ମୀ ମାନଙ୍କ EPF ESIC ଏବଂ ଗ୍ରାଚ୍ୟୁଇଟି ଲାଗୁ କରିବାକୁ ଦାବି କରିଛନ୍ତି ।
ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ଦାବି । ଗ୍ରୀଷ୍ମ ଛୁଟି ପ୍ରଦାନ ସହିତ ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଏହାବାଦ ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା,ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ଯଦି ଆମ ଦାବି ସରକାର ପୂରଣ ନ କରନ୍ତି ଆମ ଆସୋସିଏ ସନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବା ସହ ଗାଁ ଗାଁ ରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛି ସଙ୍ଘ।




