ଗଜପତି ଜିଲ୍ଲାରେ ମେଗା ସ୍ୱାସ୍ଥ୍ୟ ମେଳା

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବହୁ ଆଡମ୍ବରରେ ଲା ମେଗା ସ୍ଵାସ୍ଥ୍ୟ ମେଳା -୨୦୨୦ ଉଦ୍ଘାଟିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କୁ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୀତା ରାଣୀ ବେହେରା ,ଏଡିଏମ ଞାନରଞ୍ଜନ ଭଞ୍ଜଦେବ, ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗୁଜୁରାଣୀ ପଟ୍ଟନାୟକ, ପାରଳା ମହାରାଣୀ କଲ୍ୟାଣୀ ଗଜପତି […]

Samaya Live Picture
Published On

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବହୁ ଆଡମ୍ବରରେ ଲା ମେଗା ସ୍ଵାସ୍ଥ୍ୟ ମେଳା -୨୦୨୦ ଉଦ୍ଘାଟିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଶୁଭାରମ୍ଭ କରିଥିଲେ।
ଅନ୍ୟ ମାନଙ୍କୁ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୀତା ରାଣୀ ବେହେରା ,ଏଡିଏମ ଞାନରଞ୍ଜନ ଭଞ୍ଜଦେବ, ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗୁଜୁରାଣୀ ପଟ୍ଟନାୟକ, ପାରଳା ମହାରାଣୀ କଲ୍ୟାଣୀ ଗଜପତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। ବହୁ ଆଡମ୍ବରରେ ଲଘୁକ୍ରିୟା ପରି ଜନସାଧାରଣଙ୍କ ଦେଖାହିଁ ମିଳିନଥିଲା ଏହି ମେଳାରେ। ସମୁଦାୟ ୩୩ ଟି ଷ୍ଟଲ୍ ଖୋଲାଯାଇଥିବା ବେଳେ ମେଳା ପରିବେଶ ଖାଁ ଖାଁ ହୋଇ ରହିଥିଲା। ଏପରିକି ଖବର ସଂଗ୍ରହ ପାଇଁ ନିମନ୍ତ୍ରୀତ ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା କି ବସିବା ପାଇଁ ମଧ୍ୟ ଆୟୋଜନ କରିନଥିବାରୁ ସାମ୍ବାଦିକ ମାନେ ମଞ୍ଚ ତଳେ ବସି କିଛି ସମୟ ପାଇଁ ପ୍ରତିବାଦ କରିଥିଲେ। ତେବେ ସବୁଠାରୁ ଆକର୍ଷଣୀୟ ମୁଖ୍ୟ କେନ୍ଦ୍ର ବିନ୍ଦୁ ହେଲା ଅଟ୍ରାସାଉଣ୍ଡ ଓ ଏକ୍ସରେ ଷ୍ଟଲ୍ ଯେଉଁ ଠାରେ କର୍ମଚାରୀ ଉପସ୍ଥିତି ଥିଲେ କିନ୍ତୁ ମନ୍ତ୍ର ନଥିଲା। ଚକ୍ଷୁ ଷ୍ଟଲ ଥିଲା କିନ୍ତୁ ସେଠାରେ ମଧ୍ଯ କୈାଣସି ମନ୍ତ୍ର ନଥିବାରୁ ରୋଗି ମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ କୁହାଯାଉଥିଲା। ସବୁଠାରୁ ବଡ ଅବ୍ୟବସ୍ଥା କାରଣ ହେଲା ଏହାର ପ୍ରଚାର ପ୍ରସାର ସଠିକ୍ ଭାବେ ହୋଇନଥିବାରୁ ରୋଗୀଙ୍କ ଦେଖା ଦିନ ଦୁଇଟା ପର୍ଯ୍ୟନ୍ତ ୮୦ରେ ସିମୀତ ରହିଥିଲା ତେବେ ପ୍ରଚାର ପ୍ରସାର ଅଭାବ ହୋଇଥିବା ସାଂସଦ ଚନ୍ଦ୍ରଶେଖର ସାହୁ ସ୍ଵୀକାର କରିଥିବା ବେଳେ ସାମ୍ବାଦିକ ମାନଙ୍କୁ ପ୍ରତିବାଦକୁ କ୍ଷମା ପ୍ରାର୍ଥନା କରିଥିଲେ। ସେପଟେ ଏହି ମେଳା ପାଇଁ ଦୁଇ ବିଧାୟକଙ୍କ ନାମ ଏହି ନିମନ୍ତ୍ରଣ ପତ୍ରରେ ନଥିବା ସହ ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏହି ଘଟଣା ବିଷୟରେ ସେ ଷ୍ଟାଡିଂ କମିଟି ନିକଟରେ ଉପସ୍ଥାପନ କରିବେ ବୋଲି ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି।

Tags: