ହାତୀ ଆକ୍ରମଣରେ ରେଞ୍ଜର ମୃତ
କଳାହାଣ୍ଡି : ହାତୀ ଘଉଡାଇବାକୁ ଯାଇଥିବାବେଳେ ରେଞ୍ଜରଙ୍କୁ ଦଳିଦେଲା ହାତୀ I ହାତୀ ଆକ୍ରମଣରେ କଳାହାଣ୍ଡି ଜିଲ୍ଲା ନର୍ଲା ବନାଞ୍ଚଳ ରେଞ୍ଜର ପ୍ରଶାନ୍ତ ପାଲ (୪୦)ଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ନର୍ଲା ବନ ବିଭାଗ ଅନ୍ତର୍ଗତ ଆମ୍ବପଡ଼ା ଓ ରତନପୁର ଅଞ୍ଚଳକୁ ୧୫ରୁ ଅଧିକ ହାତୀ ଆସିଥିଲେ। ଖବର ପାଇ ରେଞ୍ଜର୍ ଶ୍ରୀ ପାଲ ବନରକ୍ଷୀ ଓ ଅନ୍ୟ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିଲେ। ରତନପୁର ପାଖରେ ଥିବା ଏକ ନାଳ ନିକଟରେ ହାତୀମାନେ […]
କଳାହାଣ୍ଡି : ହାତୀ ଘଉଡାଇବାକୁ ଯାଇଥିବାବେଳେ ରେଞ୍ଜରଙ୍କୁ ଦଳିଦେଲା ହାତୀ I ହାତୀ ଆକ୍ରମଣରେ କଳାହାଣ୍ଡି ଜିଲ୍ଲା ନର୍ଲା ବନାଞ୍ଚଳ ରେଞ୍ଜର ପ୍ରଶାନ୍ତ ପାଲ (୪୦)ଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ନର୍ଲା ବନ ବିଭାଗ ଅନ୍ତର୍ଗତ ଆମ୍ବପଡ଼ା ଓ ରତନପୁର ଅଞ୍ଚଳକୁ ୧୫ରୁ ଅଧିକ ହାତୀ ଆସିଥିଲେ। ଖବର ପାଇ ରେଞ୍ଜର୍ ଶ୍ରୀ ପାଲ ବନରକ୍ଷୀ ଓ ଅନ୍ୟ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିଲେ। ରତନପୁର ପାଖରେ ଥିବା ଏକ ନାଳ ନିକଟରେ ହାତୀମାନେ ବନ କର୍ମଚାରୀମାନଙ୍କୁ ଗୋଡ଼ାଇଥିଲେ। ସମସ୍ତେ ହାତୀଙ୍କ ହାବୁଡ଼ରୁ ଖସି ଯାଇଥିବାବେଳେ ରେଞ୍ଜର୍ ଶ୍ରୀ ପାଲ ଦୌଡ଼ି ପଳାଉଥିବା ବେଳେ ପଥରରେ ଝୁଣ୍ଟି ତଳେ ମୁହଁ ମାଡ଼ି ପଡ଼ି ଯାଇଥିଲେ। ଉଠିବାକୁ ଚେଷ୍ଟା କଲା ବେଳକୁ ଉତ୍ତ୍ୟକ୍ତ ହାତୀଟିଏ ଆସି ତାଙ୍କୁ ଦଳି ଦେଇଥିଲା। ଫଳରେ ତାଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ସହକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ନର୍ଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।
ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେର ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।




