ହାତରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ ବିରୋଧୀ ନେତା
ଭୁବନେଶ୍ୱର : ହଜି ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ତାଙ୍କୁ ପାଉନୁ । ଲଣ୍ଠନ ଧରି ଖୋଜୁଛୁ । ଏଇଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରକୋଷ୍ଠ ସାମ୍ନାରେ । ମୁଖ୍ୟମନ୍ତ୍ରୀଙ୍କୁ ପାଉ ନଥିବାରୁ ହାତରେ ଲଣ୍ଠନ ଧରି ଖୋଜୁଥିଲେ ବିଜେଡି ନେତାମାନେ । ଏ ଦୃଶ୍ୟ ଦେଖି ସରଗରମ ହୋଇଛି ରାଜ୍ୟ ରାଜନୀତି। ତେବେ ଆଜି ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଚାଲି ପାରି ନଥିଲା […]
ଭୁବନେଶ୍ୱର : ହଜି ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ତାଙ୍କୁ ପାଉନୁ । ଲଣ୍ଠନ ଧରି ଖୋଜୁଛୁ । ଏଇଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରକୋଷ୍ଠ ସାମ୍ନାରେ । ମୁଖ୍ୟମନ୍ତ୍ରୀଙ୍କୁ ପାଉ ନଥିବାରୁ ହାତରେ ଲଣ୍ଠନ ଧରି ଖୋଜୁଥିଲେ ବିଜେଡି ନେତାମାନେ । ଏ ଦୃଶ୍ୟ ଦେଖି ସରଗରମ ହୋଇଛି ରାଜ୍ୟ ରାଜନୀତି। ତେବେ ଆଜି ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଚାଲି ପାରି ନଥିଲା ବିଧାନସଭା। ପରିସ୍ଥିତି ଅଣାୟତ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
ସୂଚନାନୁସାରେ,ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଉପୁଜିଥିଲା ମାଡଗୋଳ ପରିସ୍ଥିତି । ମୁହାଁମୁହିଁ ହୋଇଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ବାହିନୀପତି । ପ୍ରଥମେ ବିଧାନସଭାରେ ହେଉ ଗୃହରେ ହେଲା ତୁମ୍ୱି ତୋଫାନ। ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଗଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ତାରାଙ୍କ ମଧ୍ୟରେ ଗୃହ ଭିତରେ ଆରମ୍ଭ ହୋଇଗଲା ଧସ୍ତାଧସ୍ତି।
ତାରାଙ୍କ ଅଭିଯୋଗ ଜୟ ନାରାୟଣ ପ୍ରଥମେ ତାଙ୍କ କଲର ଧରିଲେ। ପରେ ଦୁହେଁ ହାତାହାତି ହୋଇଥିଲେ। ତେଣୁ ଗୃହକୁ ୧୨ଟା ଯାଏଁ ମୁଲତବି ରଖିଥିଲେ ବାଚସ୍ପତି। ତାପରେ ପୁଣି ୧୦ ମିନିଟ୍ ପାଇଁ ଗୃହଗ ମୁଲତବି ଘୋଷଣା କରିଥିଲେ ଉପବାଚସ୍ପତି।ହେଲେ ସବୁଠାରୁ ଚର୍ଚ୍ଚାର ବ6ିଷୟ ଏହା କି ଏବେ ମୁଖ୍ୟମନ୍ତ୍ରୀଙ୍କୁ ଲଣ୍ଠନ ଧରି ଖୋଜୁଛନ୍ତି ବିରୋଧୀ ବିଧାୟକ।
ସୂଚନାନୁସାରେ,ଗତକାଲି କୋଶଳ ରାଜ୍ୟକୁ ନେଇ ବିଧାୟକ ମିଶ୍ର ଦେଇଥିବା ମନ୍ତବ୍ୟକୁ ପ୍ରସଙ୍ଗ କରିଥିଲା ବିଜେଡ଼ି । ବିଚ୍ଛିନ୍ନତାବାଦୀ ଚିନ୍ତାଧାରକୁ ବିରୋଧ କରି ପ୍ଲା କାର୍ଡ ପ୍ରଦର୍ଶନ କରିଥିଲେ । ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମକୁ ଚେଷ୍ଟା କରୁଥିବାବେଳେ ସୁରକ୍ଷାକର୍ମୀ ଅଟକାଇବାକୁ ଚେଷ୍ଟା କରିଛନ୍ତି । ସେହିପରି ରିପୋର୍ଟରଙ୍କ ଟେବୁଲ ଉପରେ ଚଢ଼ି ହେଡଫୋନ୍ କାଢ଼ି ଦେଇଛନ୍ତି । ସେହିପରି କଂଗ୍ରେସ ବିଧାୟକମାନେ ନାରୀ ନିର୍ଯ୍ୟାତନାକୁ ନେଇ ହୋହାଲ୍ଲା କରିଛନ୍ତି । ବିଧାନସଭା ବାହାରେ ମାହତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଉଭୟ ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଥିଲେ ।
ଅନ୍ୟପଟେ ଏହି ଘଟଣାରେ ବିଶୃଙ୍ଖଳିତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଯେଉଁ ବିଧାୟକ ମାନେ ମହିଳା ବାଚସ୍ପତିଙ୍କୁ ବ୍ୟାନର ଫୋଫାଡ଼ିଛନ୍ତି, ଆଚରଣ ଖରାପ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ଅମରେନ୍ଦ୍ର ଦାସ । ସେ କହିଛନ୍ତି, ଅନେକ ବରିଷ୍ଠ ବିଧାୟକ ତାଙ୍କର ଆଚରଣ ଉଚ୍ଚାରଣ ଠିକ୍ ନାହିଁ, ସେମାନଙ୍କ ଠାରୁ ନୂଆ ବିଧାୟକ ମାନେ କ’ଣ ଶିଖିବେ ବୋଲି ଅମରେନ୍ଦ୍ର ପ୍ରଶ୍ନ କରିଥିବା ବେଳେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଦୁର୍ଗା ଚରଣ ନାୟକ ମଧ୍ୟ ବିରୋଧୀ ବିଧାୟକଙ୍କ ଆଚରଣଙ୍କୁ ନିନ୍ଦା କରିଛନ୍ତି ।




