ହାଡ଼ଭଙ୍ଗା ଜାଡରେ ଥରୁଛି ସାରା ରାଜ୍ୟ,ଆସନ୍ତା ସପ୍ତାହରେ ବର୍ଷ ସମ୍ଭାବନା !
ଭୁବନେଶ୍ୱର : ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା I ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧୧ ଟି ଜିଲ୍ଲାରୁ ଅଧିକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହୁଛି I ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି। ସେହିପରି କିରେଇରେ ୮.୨, ଜି.ଉଦୟଗିରିରେ ୮. ୬, ରାଉରକେଲାରେ ୮.୮, ଅନୁଗୁଳ ୯, ରାଣୀତାଲ ୯.୪, ଦାରିଙ୍ଗବାଡ଼ି […]
ଭୁବନେଶ୍ୱର : ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା I ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧୧ ଟି ଜିଲ୍ଲାରୁ ଅଧିକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହୁଛି I ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି। ସେହିପରି କିରେଇରେ ୮.୨, ଜି.ଉଦୟଗିରିରେ ୮. ୬, ରାଉରକେଲାରେ ୮.୮, ଅନୁଗୁଳ ୯, ରାଣୀତାଲ ୯.୪, ଦାରିଙ୍ଗବାଡ଼ି ୯.୫, ସୁନ୍ଦରଗଡ଼ ୯.୫, କେନ୍ଦୁଝର ୯.୬, କୋରାପୁଟ ୯.୬ ଓ ଝାରସୁଗୁଡ଼ାରେ ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ହାଡ଼ଭଙ୍ଗା ଶୀତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ଶିମିଳିପାଳରେ ତୁଷାରପାତ ହେଉଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଏହାସହିତ ରାଜ୍ୟରେ ଜାରି ରହିଥିବା ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାରୁ ଶୀତର ପ୍ରକୋପ ଜାରି ରହିବ। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି I ସେହିପରି ଆସନ୍ତା ୨୩ ଓ ୨୪ ତାରିଖ ବେଳକୁ ରାଜ୍ୟର ଉତ୍ତର ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ ଓଡିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।




