ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ,ତିନି ମୁହାଁଣୀ ଛକରେ ଉତ୍ତେଜନା

କେନ୍ଦ୍ରାପଡ଼ା : ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ। ବାଲି ବୋଝେଇ ହାଇୱା ଏକ ସ୍କୁଟି ଆରୋହୀଙ୍କୁ ଧକ୍କା ଦେବା ଫଳରେ ଗାଡ଼ିରୁ ଛିଟିକି ପଡ଼ିଥିଲେ ବାପା,ମା ଓ ପୁଅ । ହାଇୱାଟି ମହିଳାଙ୍କ ମୁଣ୍ଡ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟିଛି କେନ୍ଦ୍ରାପଡ଼ା ତିନିମୁହାଣୀ ଛକରେ । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି। ମୃତ ମହିଳା […]

ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ,ତିନି ମୁହାଁଣୀ ଛକରେ ଉତ୍ତେଜନା
Samaya Live Picture
Published On

କେନ୍ଦ୍ରାପଡ଼ା : ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ। ବାଲି ବୋଝେଇ ହାଇୱା ଏକ ସ୍କୁଟି ଆରୋହୀଙ୍କୁ ଧକ୍କା ଦେବା ଫଳରେ ଗାଡ଼ିରୁ ଛିଟିକି ପଡ଼ିଥିଲେ ବାପା,ମା ଓ ପୁଅ । ହାଇୱାଟି ମହିଳାଙ୍କ ମୁଣ୍ଡ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟିଛି କେନ୍ଦ୍ରାପଡ଼ା ତିନିମୁହାଣୀ ଛକରେ । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି। ମୃତ ମହିଳା ହେଲେ ଶ୍ରଦ୍ଧାଞ୍ଜଳି ପୃଷ୍ଟି । ଦୁର୍ଘଟଣାରେ ବାପା କାମାକ୍ଷାପ୍ରସାଦ ପୃଷ୍ଟି ଗୁରୁତର ହୋଇଥିବାବେଳେ ପୁଅର ମଧ୍ୟ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ସମସ୍ତ ମୃତାହତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି କେନ୍ଦ୍ରାପଡା ହସ୍ପିଟାଲରେ ଭର୍ତି କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ ।

ଘଟନାନୁସାରେ, ଆଜି ଥିଲା ପୁଅର ଇଂରାଜୀ ବିଷୟରେ ମାଟ୍ରିକ ପରୀକ୍ଷା । ଆଉ ପୁଅକୁ ପରୀକ୍ଷା ସେଣ୍ଟର ନେଇ ଯାଉଥିଲେ ବାପା ମା । ବାପା ସ୍କୁଟି ଚଳାଉଥିବାବେଳେ ମଝିରେ ବସିଥିଲେ ପୁଅ ଏବଂ ପଛରେ ବସିଥିଲେ ମା ଶ୍ରଦ୍ଧାଞ୍ଜଳି ପୃଷ୍ଟି । ହେଲେ ସ୍କୁଲ ପହଞ୍ଚିବା ପୂର୍ବରୁ କେନ୍ଦ୍ରାପଡ଼ା ତିନିମୁହାଣୀ ଛକ ମାଛମାର୍କେଟ ନିକଟରେ ଘଟିଗଲା ଅଘଟଣ । ଦ୍ରୁତ ଗତିରେ ଆସୁଥିବା ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା କାମାକ୍ଷା ପ୍ରସାଦଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଏହି ସମୟରେ ବାପା ଓ ପୁଅ ରାସ୍ତା ବାମ ପଟକୁ ଛିଟିକି ପଡିଥିବାବେଳେ ମା’ ଡାହାଣ ପଟକୁ ପଡିବାରୁ ତାଙ୍କ ମୁଣ୍ଡ ଉପରେ ହାଇୱାଟି ଚଢି ପଳାଇବାରୁ ଘଟଣାସ୍ଥଳରେହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

Tags: