ହାଇୱା ଦୁର୍ଘଟଣାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ସମ୍ବଲପୁର : ସୁବର୍ଣ୍ଣପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁତ ଦୁର୍ଘଟଣା । ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ ସହର ପଟୁ ଯାଉଥିବା ସ୍କୁଟିକୁ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ସ୍କୁଟିକୁ ଚାପି ଦେଇ ଫେରାର ହୋଇଯାଇଛି । ତେବେ ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ହାଇୱା ଫେରାର ହେବା ବେଳେ ସ୍କୁଟିଟି ହାଇୱା ଦେହରେ ଲାଖି ଯାଇଥିଲା । ଫଳରେ ଗୋଟିଏ କିଲୋମିଟର ରାସ୍ତାରେ ଘୋଷାରି ହୋଇଯିବା ପରେ ରାସ୍ତାରେ ହାଇୱାରେ ନିଆଁ […]

Samaya Live Picture
Published On

ସମ୍ବଲପୁର : ସୁବର୍ଣ୍ଣପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁତ ଦୁର୍ଘଟଣା । ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ ସହର ପଟୁ ଯାଉଥିବା ସ୍କୁଟିକୁ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ସ୍କୁଟିକୁ ଚାପି ଦେଇ ଫେରାର ହୋଇଯାଇଛି । ତେବେ ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ହାଇୱା ଫେରାର ହେବା ବେଳେ ସ୍କୁଟିଟି ହାଇୱା ଦେହରେ ଲାଖି ଯାଇଥିଲା । ଫଳରେ ଗୋଟିଏ କିଲୋମିଟର ରାସ୍ତାରେ ଘୋଷାରି ହୋଇଯିବା ପରେ ରାସ୍ତାରେ ହାଇୱାରେ ନିଆଁ ଲାଗିଯାଇଥିଲା I

ସୁବର୍ଣ୍ଣପୁର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଆଗରେ ଜଳନ୍ତା ହାଇୱାକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଦୁର୍ଘଟଣା ପରେ ବ୍ଲକ ଛକରେ ଉତେଜନା ସୃଷ୍ଟି ହୋଇଥିବା ଘଟଣାସ୍ଥଳରେ ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଉତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି ।

Tags: