ହାଇକୋର୍ଟର ପ୍ଲାଟିନମ ଜୁବୁଲି: ତ୍ୱରିତ ନ୍ୟାୟ ପିଡୀତଙ୍କୁ ସହାୟକ ହେବ-ରାଷ୍ଟ୍ରପତି
କଟକ : ଜୁଲାଇ ୨୬ ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁରୁତ୍ୱ ଦେଇଛନ୍ତି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ […]
କଟକ : ଜୁଲାଇ ୨୬ ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁରୁତ୍ୱ ଦେଇଛନ୍ତି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ କହିଛନ୍ତି। ସମାଜରେ ଅବହେଳିତ ଲୋକଙ୍କୁ କିପରି ନ୍ୟାୟ ମିଳିବ ତାହା ଜରୁରୀ। ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି । ଅନେକଙ୍କ ଜୀବନ ଜେଲରେ କଟୁଛି I ତ୍ୱରିତ ନ୍ୟାୟ ଉଭୟ ପୀଡିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ ବୋଲି ନିଜ ଭାବ ପ୍ରବଣ ଭାଷଣରେ ରାଷ୍ଟ୍ରପତି କହିଛନ୍ତି ।
କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ହାଇକୋର୍ଟର ୭୫ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଦ୍ରୌପଦୀ ମୁର୍ମୁ । ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ କଟକ ର ସ୍ୱର୍ଣ୍ଣିମ ଇତିହାସକୁ ବର୍ଣ୍ଣନା କରିଛନ୍ତି I ଏହି କାର୍ଯ୍ୟକ୍ରମରେ ପ୍ରଫେସର ଗଣେଷୀଲାଲ ମଧ୍ୟ ଉପସ୍ଥିତ ଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଜଷ୍ଟିସ ଏସ୍.ମୁରଲୀଧର । ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଓ ହାଇକୋର୍ଟର ଅନ୍ୟାନ୍ୟ ବିଚାରପତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ନିଜ ଭାଷଣରେ ଆଜି ୨୬ ଜୁଲାଇ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି। ବୀରମାଟି କଟକକୁ ପ୍ରଣାମ କରିବା ସହ ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିବାକୁ ଭୁଲି ନାହାନ୍ତି।




