ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା,ଆଜି ହେବ ଶୁଣାଣି

ଭୁବନେଶ୍ୱର : ଆଜି ହାଇକୋର୍ଟରେ ହେବ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି । ଗତ ଶୁଣାଣୀ ସମୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ଅଙ୍କୁଶ ଲଗେଇଥିଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲଗାଇଥିଲେ କୋର୍ଟ। ଗତ ୨୧ ଓ ୨୨ ତାରିଖରେ ପରୀକ୍ଷାର୍ଥୀଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା। ହେଲେ ହାଇକୋର୍ଟଙ୍କ ରୋକ୍ ଯୋଗୁଁ ବନ୍ଦ ରହିଛି ନିଯୁକ୍ତି ପ୍ରକ୍ରିୟା। ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ହାଇକୋର୍ଟରେ ହେବ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି । ଗତ ଶୁଣାଣୀ ସମୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ଅଙ୍କୁଶ ଲଗେଇଥିଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲଗାଇଥିଲେ କୋର୍ଟ। ଗତ ୨୧ ଓ ୨୨ ତାରିଖରେ ପରୀକ୍ଷାର୍ଥୀଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା। ହେଲେ ହାଇକୋର୍ଟଙ୍କ ରୋକ୍ ଯୋଗୁଁ ବନ୍ଦ ରହିଛି ନିଯୁକ୍ତି ପ୍ରକ୍ରିୟା।

ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଏ ନେଇ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୂଳ ବିଜ୍ଞପ୍ତିର ନିୟମ ଉଲ୍ଲଘଂନ ହେଉଥିବା ଦର୍ଶାଇ କୋର୍ଟରେ ଆବେଦନ କରିଥିଲେ କିଛି ପରୀକ୍ଷାର୍ଥୀ। ତେବେ ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠରେ ହେବ ଏହି ମାମଲାର ଶୁଣାଣି।

ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି । ଶିକ୍ଷକ ସଂଘ ତରଫରୁ ହୋଇଥିବା ସମସ୍ତ ଦାବି ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦିଆଯାଇଛି । ଏହି ଆନ୍ଦୋଳନରେ ପ୍ରାୟ ଦେଢ ଲକ୍ଷ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି । ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ।

Tags: