ହସ୍ପିଟାଲ ଓ ୱାଓ ମୋମରେ ମିଳିବ ମିଲେଟ

ଭୁବନେଶ୍ବର: ଏଣିକି ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ମିଳିବ ମିଲେଟ୍। ରୋଗୀଙ୍କ ସ୍ୱାସ୍ଥ୍ୟକୁ ଦୃଶୀରେ ରଖି ହସ୍ପିଟାଲର କ୍ୟାଣ୍ଟିନ ମାନଙ୍କରେ ରୋଗୀ ତଥା ପରିବାରବର୍ଗଙ୍କ ପାଇଁ ସୁସ୍ୱାଦୁ ମିଲେଟ୍ ଖାଦ୍ୟ ଯୋଗାଇ ଦିଆଯିବ । ୱାଓ ମୋମୋ’ରେ ମଧ୍ୟ ଏହି ମିଲେଟ୍ ଉପଲବ୍ଧ ହୋଇପାରିବ ।ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟର କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ। ତାଙ୍କ ସୂଚନା ମୁତାବକ, ଗତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ କରାଯାଇଛି […]

Samaya Live Picture
Published On

ଭୁବନେଶ୍ବର: ଏଣିକି ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ମିଳିବ ମିଲେଟ୍। ରୋଗୀଙ୍କ ସ୍ୱାସ୍ଥ୍ୟକୁ ଦୃଶୀରେ ରଖି ହସ୍ପିଟାଲର କ୍ୟାଣ୍ଟିନ ମାନଙ୍କରେ ରୋଗୀ ତଥା ପରିବାରବର୍ଗଙ୍କ ପାଇଁ ସୁସ୍ୱାଦୁ ମିଲେଟ୍ ଖାଦ୍ୟ ଯୋଗାଇ ଦିଆଯିବ । ୱାଓ ମୋମୋ’ରେ ମଧ୍ୟ ଏହି ମିଲେଟ୍ ଉପଲବ୍ଧ ହୋଇପାରିବ ।ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟର କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ। ତାଙ୍କ ସୂଚନା ମୁତାବକ, ଗତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ କରାଯାଇଛି । ରାଜ୍ୟର ୩୦ ଜିଲ୍ଲାର ୧୭୭ ବ୍ଲକରେ ଏଥର ମିଲେଟ୍ ଚାଷ ହେଇଛି । ଅନ୍ୟପଟେ ରାଜ୍ୟରେ ଅଢେଇ ଲକ୍ଷ ହେକ୍ଟର ଜାଗାରେ ରାଗି ଚାଷ ହେଇଛି। ଆଉ ଦୁଇ ଲକ୍ଷ ଚାଷୀ ଏଥିରେ ଯୋଡି ହୋଇଛନ୍ତି ବୋଲି କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ଆଜିଠୁ ଜନତା ମଇଦାନରେ ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି।ଏହି ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ହେବ। ଏହା ସହ ମିଶନ ଶକ୍ତି ଅଧୀନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ହେବ।

Tags: