ସ୍ୱାସ୍ଥ୍ୟସେବାରେ ଆଉ ପାଦେ ଆଗେଇଲା ରାଜ୍ୟ,ଆରମ୍ଭ ହେବ ‘ଆମ ହସ୍ପିଟାଲ’ ଯୋଜନା
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାକୁ ଅଧିକ ସରଳୀକରଣ କରିବାକୁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଆମ ହସ୍ପିଟାଲ’ ଯୋଜନା I ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟସେବା I ଏହି ଯୋଜନା ଅଧୀନରେ ହସ୍ପିଟାଲରେ ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ରହିବ । PHCଠୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଯାଏଁ ସବୁଠି ହସ୍ପିଟାଲ ଭିତ୍ତିଭୂମିର ନବୀକରଣ କରାଯିବ । ରୋଗୀ ଓ ସମ୍ପର୍କୀୟଙ୍କ ମନୋରଞ୍ଜନ ପାଇଁ LED ସ୍କ୍ରିନ ଲାଗିବ । ଆମ ହସ୍ପିଟାଲ […]
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାକୁ ଅଧିକ ସରଳୀକରଣ କରିବାକୁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଆମ ହସ୍ପିଟାଲ’ ଯୋଜନା I ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟସେବା I ଏହି ଯୋଜନା ଅଧୀନରେ ହସ୍ପିଟାଲରେ ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ରହିବ । PHCଠୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଯାଏଁ ସବୁଠି ହସ୍ପିଟାଲ ଭିତ୍ତିଭୂମିର ନବୀକରଣ କରାଯିବ । ରୋଗୀ ଓ ସମ୍ପର୍କୀୟଙ୍କ ମନୋରଞ୍ଜନ ପାଇଁ LED ସ୍କ୍ରିନ ଲାଗିବ । ଆମ ହସ୍ପିଟାଲ ଯୋଜନାରେ ରୁପାନ୍ତରଣ ହେବ ରାଜ୍ୟର ୧୮୫୮ ଡାକ୍ତରଖାନା । ଫାଇଭ-ଟି ଅଧିନରେ ସରକାରୀ ଡାକ୍ତରଖାନାର ଭିତିଭୂମି ସୃଦୃଢ କରାଯିବ । ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ରହିବା ନିମନ୍ତେ ହେବ ରହଣି ବ୍ୟବସ୍ଥା I ଏହି ଯୋଜନାରେ ଆସନ୍ତା ୫ ବର୍ଷ ମଧ୍ୟରେ ହସ୍ପିଟାଲ ଗୁଡିକୁ ପର୍ଯ୍ୟାୟ କ୍ରମେ ରୂପାନ୍ତରଣ କରାଯିବ I
୨୦୨୩-୨୪ ରୁ ୨୦୨୭-୨୮ ପାଇଁ ଏହି ଯୋଜନା ନିମନ୍ତେ ୩,୩୮୮.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୈଠକରେ ୧୧ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
କ୍ୟାବିନେଟ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିି, ଆମ ହସ୍ପିଟାଲ ଯୋଜନାରେ ପ୍ରଥମ ବର୍ଷରେ ୧୪୯ଟି ସରକାରୀ ଡାକ୍ତରଖାନାକୁ ସୁଦୃଢ଼ୀକରଣ କରାଯିବ। ରାଜ୍ୟରେ ଲୋକମାନଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।




