ସ୍ୱର୍ଗତ ଅଭିନେତା ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ
କଟକ :ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ୱର୍ଗତ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି। ଗତକାଲି ରାତି ୧୨.୩ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୨୬ବର୍ଷ ହୋଇଥିଲା। ଅକ୍ଲାନ୍ତ ପ୍ରାୟ ଏକ ମାସ ଧରି ଲିଭର ଜନିତ ସମସ୍ୟାରେ ପୀଡିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା। ହଠାତ୍ ଗତକାଲି ରାତି ୯ ଟା ବେଳେ ରେ […]
କଟକ :ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ୱର୍ଗତ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି। ଗତକାଲି ରାତି ୧୨.୩ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୨୬ବର୍ଷ ହୋଇଥିଲା।
ଅକ୍ଲାନ୍ତ ପ୍ରାୟ ଏକ ମାସ ଧରି ଲିଭର ଜନିତ ସମସ୍ୟାରେ ପୀଡିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା। ହଠାତ୍ ଗତକାଲି ରାତି ୯ ଟା ବେଳେ ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା। ତାଙ୍କର ଥଣ୍ଡା କଫ ସହିତ ଶ୍ୱାସ ଜନିତ ସମସ୍ୟା ରହୁଥିଲା I
ଅକ୍ଲାନ୍ତଙ୍କ ବଡ଼ ଭାଇ ଅମ୍ଲାନ ସେହି ସମୟରେ ବାଲୁଗାଁ ରେ ସୁଟିଂରେ ଥିଲେ। ଭାଇର ମୃତ୍ୟୁ ଖବର ଶୁଣି ରାତି ପ୍ରାୟ ୩ଟା ସମୟରେ ମେଡିକାଲରେ ପହଞ୍ଚିଥିଲେ। ପରେ ଅକ୍ଲାନ୍ତଙ୍କ ମୃତଦେହକୁ କଟକ ସ୍ଥିତ ବାସଭବନକୁ ଅଣାଯାଇଥିଲା। ଆଜି ସକାଳେ କଟକ ସତୀଚଉରା ଶ୍ମଶାନରେ ଅକ୍ଲାନ୍ତଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଅକ୍ଲାନ୍ତଙ୍କ ବଡ଼ ଭାଇ ଅମ୍ଲାନ ତାଙ୍କୁ ମୁଖାଗ୍ନି ଦେଇଥିଲେ।
ସୂଚନାନୁସାରେ ୨୦୨୨ ମସିହା ଜାନୁଆରୀ ମାସ ୧୧ ତାରିଖରେ ମିହିର ଦାଶଙ୍କ ପରଲୋକ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। କଟକ ସତୀଚଉରା ଶ୍ମଶାନରେ ମିହିର ଦାସ୍ଙ୍କର ମଧ୍ୟ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I




