ସ୍ପିଡ଼ ମେକର ଇଂଜିନ ଟ୍ରାଏଲ ବେଳେ ଅଘଟଣ,ଟ୍ରେନ ମାଡ଼ିଯାଇ ୨ ମୃତ
ରାୟଗଡା : ଟ୍ରେନର ଟ୍ରାଏଲ ରନ୍ ବେଳେ ଘଟିଗଲା ଅଘଟଣ। ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି I ମୃତକ ହେଲେ ଦେବଦଳାଗୁଡ଼ା ଗ୍ରାମର ଆମିଶି ରାଓ ପୁଲାକା ଓ ସିବନ କାଡ୍ରାକା। ଅଘଟଣକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁବାର ଗ୍ରାମବାସୀମାନେ କ୍ଷତି ପୂରଣ ଦାବିରେ ଘଟଣାସ୍ଥଳରେ ଅଡି ବସିଛନ୍ତି। […]
ରାୟଗଡା : ଟ୍ରେନର ଟ୍ରାଏଲ ରନ୍ ବେଳେ ଘଟିଗଲା ଅଘଟଣ। ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି I ମୃତକ ହେଲେ ଦେବଦଳାଗୁଡ଼ା ଗ୍ରାମର ଆମିଶି ରାଓ ପୁଲାକା ଓ ସିବନ କାଡ୍ରାକା। ଅଘଟଣକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁବାର ଗ୍ରାମବାସୀମାନେ କ୍ଷତି ପୂରଣ ଦାବିରେ ଘଟଣାସ୍ଥଳରେ ଅଡି ବସିଛନ୍ତି। କ୍ଷତି ପୂରଣ ନ ଦେବା ଯାଏ ସେଠାରୁ ମୃତଦେହ ହଟିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ବୁଧବାର ରେଳ ନିରାପତ୍ତା କମିଶନର ବ୍ରିଜେଶ କୁମାର ଏହି ଲାଇନର ସ୍ଥିତି ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ହିଁ ଏହି ଅଘଟଣ ଘଟିଛି।
ରେଳ ଚଳାଚଳକୁ ସୁଗମ କରିବା ପାଇଁ ରାୟଗଡ଼ାରୁ ସିଙ୍ଗପୁର ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ୍ କାମ ଚାଲିଛି । ରାତିରେ ଏହି ଲାଇନର ରାୟଗଡ଼-ଜେକେପୁର ମଧ୍ୟରେ ଟ୍ରାଏଲ ରନ୍ କରାଯାଉଥିଲା । ଟ୍ରାକରେ କିଛି ଲୋକ ବସିଥିଲେ କିମ୍ବା କାମ କରିବା ସମୟରେ ଟ୍ରେନ୍ ମାଡି ଯାଇଥିଲା ବୋଲି କୁହାଯାଉଛି । ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି ।




