ସ୍ନାତକ ପଢିବା ପାଇଁ ୩୧ ଯାଏଁ ବଢ଼ିଲା ସିୟୁଇଟି-ୟୁଜି ଆବେଦନ ଅବଧି

ଭୁବନେଶ୍ୱର : ବୃଦ୍ଧି ହେଲା ଦି କମନ୍‌‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି-ୟୁଜି) I ସ୍ନାତକ ପଢିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ତାରିଖ ରାତି ୯.୫୦ ପର୍ଯ୍ୟନ୍ତ ଆବେଦନ କରି ପାରିବେ। ସେହିପରି ଏପ୍ରିଲ ୨ ଓ ୩ ତାରିଖରେ ଆବେଦନକାରୀମାନେ ଆବେଦନ ଫର୍ମରେ ସଂଶୋଧନ କରିପାରିବେ। ଆବେଦନକାରୀଙ୍କ ପକ୍ଷରୁ ଅନୁରୋଧ ପାଇବା ପରେ ଆବେଦନ ଅବଧି ବୃଦ୍ଧି କରାଯାଇଥିବା ପରୀକ୍ଷା ସଞ୍ଚାଳନ କରୁଥିବା ନେସନାଲ୍‌‌ ଟେଷ୍ଟିଂ ଏଜେନ୍ସି(ଏନ୍‌‌ଟିଏ) ପକ୍ଷରୁ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସିୟୁଇଟି-ୟୁଜି […]

Samaya Live Picture
Published On

ଭୁବନେଶ୍ୱର : ବୃଦ୍ଧି ହେଲା ଦି କମନ୍‌‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି-ୟୁଜି) I ସ୍ନାତକ ପଢିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ତାରିଖ ରାତି ୯.୫୦ ପର୍ଯ୍ୟନ୍ତ ଆବେଦନ କରି ପାରିବେ। ସେହିପରି ଏପ୍ରିଲ ୨ ଓ ୩ ତାରିଖରେ ଆବେଦନକାରୀମାନେ ଆବେଦନ ଫର୍ମରେ ସଂଶୋଧନ କରିପାରିବେ। ଆବେଦନକାରୀଙ୍କ ପକ୍ଷରୁ ଅନୁରୋଧ ପାଇବା ପରେ ଆବେଦନ ଅବଧି ବୃଦ୍ଧି କରାଯାଇଥିବା ପରୀକ୍ଷା ସଞ୍ଚାଳନ କରୁଥିବା ନେସନାଲ୍‌‌ ଟେଷ୍ଟିଂ ଏଜେନ୍ସି(ଏନ୍‌‌ଟିଏ) ପକ୍ଷରୁ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ସିୟୁଇଟି-ୟୁଜି ପରୀକ୍ଷା ପାଇଁ ଏପ୍ରିଲ ୩୦ ତାରିଖରେ ପରୀକ୍ଷା କେନ୍ଦ୍ର ସହରର ନାମ ପ୍ରକାଶ ପାଇବ। ମେ ଦ୍ୱିତୀୟ ସପ୍ତାହରେ ଆର୍ଡମିଟ୍‌‌ କାର୍ଡ ପ୍ରକାଶ ପାଇବାକୁ ଥିବାବେଳେ ମେ ୧୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ଜୁନ୍‌‌ ୩୦ ତାରିଖରେ ପରୀକ୍ଷା ଫଳ ପ୍ରକାଶିତ କରିବା ପାଇଁ ଏନ୍‌‌ଟିଏ ଲକ୍ଷ୍ୟ ରଖିଛି।

Tags: