ସ୍କ୍ରବ୍ ଟାଇଫସ୍ ଆତଙ୍କ : ବରଗଡ଼ରେ ଓ ସୁନ୍ଦରଗଡ଼ରେ ସ୍ଥିତି ଅନୁଧ୍ୟାନ ପାଇଁ ପହଁଚିଲେ ୩ ଜଣିଆ ଟିମ୍
ସୁନ୍ଦରଗଡ଼ : ରାଜ୍ୟରେ ଡେଙ୍ଗୁ ପରେ ପରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍ I ଏହି ସଂକ୍ରମଣ ବିଶେଷକରି ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ମାଡି ଚାଲିଛି I ସେଠାରେ ଗୋଟିଏ ଦିନରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ,ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଂକ ସଂଖ୍ୟା ୧୮୩ରେ ପହଁଚିଛି I ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ I ଅନ୍ୟପଟେ ବରଗଡ଼ ଜିଲ୍ଲାରେ ମଧ୍ୟ ସ୍କ୍ରବ୍ ଟାଇଫସ୍ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା […]
ସୁନ୍ଦରଗଡ଼ : ରାଜ୍ୟରେ ଡେଙ୍ଗୁ ପରେ ପରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍ I ଏହି ସଂକ୍ରମଣ ବିଶେଷକରି ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ମାଡି ଚାଲିଛି I ସେଠାରେ ଗୋଟିଏ ଦିନରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ,ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଂକ ସଂଖ୍ୟା ୧୮୩ରେ ପହଁଚିଛି I ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ I
ଅନ୍ୟପଟେ ବରଗଡ଼ ଜିଲ୍ଲାରେ ମଧ୍ୟ ସ୍କ୍ରବ୍ ଟାଇଫସ୍ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବରଗଡ଼ରେ ୪୮୨ ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ଦୁଇ ଜିଲ୍ଲାରୁ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡିଥିଲା I ହେଲେ ସେମାନଙ୍କ ଟେଷ୍ଟ ଘରୋଇ ହସ୍ପିଟାଲରେ ହୋଇଥିଲା। କଣ ଟେଷ୍ଟ ହୋଇଥିଲା ଓ କେମିତି ମୃତ୍ୟୁ ଘଟିଛି ତାହାର ତଦନ୍ତ ଚାଲିଛି। କେବଳ ଏଲିଶା ପଦ୍ଧତିରେ ଟେଷ୍ଟ ହେଲେ ହି ସଠିକ ତଥ୍ୟ ମିଳିବ। ସରକାରୀ ହସ୍ପିଟାଲରେ ଏଲିଶା ପଦ୍ଧତିରେ ପରୀକ୍ଷା ହେଉଛି । ସ୍କ୍ରବ ଟାଇଫସ ସଂକ୍ରମଣର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରୁ ଏକ ୩ ଜଣିଆ ଜନ ସ୍ୱାସ୍ଥ୍ୟ ଟିମ ଦୁଇଟି ସଂକ୍ରମିତ ଜିଲ୍ଲାକୁ ଗସ୍ତ କରିଛନ୍ତି I ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡ. ସୁସ୍ମିତା ନାୟକ, ଡ଼ଃ ସୁନିତା ଜେନା ଓ ଡ଼ଃ ସୁବାସୀଷ ମହାନ୍ତି ବର୍ତ୍ତମାନ ସିଡିଏମଓ ଅଫିସରେ ଏନେଇ ଆଲୋଚନା କରୁଥିବା ଜଣାପଡିଛି । ଏହାପରେ ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ସ୍କ୍ରବ୍ ଟାଇଫସ୍ ରୋଗର ସ୍ଥିତି ପରଖିବା ସହ ଏହି ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିବେ । ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ଆସନ୍ତୁ ଜାଣିବା ସ୍କ୍ରବ ଟାଇଫସ ର ଲକ୍ଷଣ :
ସ୍କ୍ରବ ଟାଇଫସ ଏକ ସଂକ୍ରାମକ ଜ୍ୱର I ଏହା ଚି଼ଗର ନାମକ ଏକ କୀଟ କାମୁଡାରୁ ହୋଇଥାଏ I ଯାହା ଗଛ ପତ୍ରରେ ବାସ କରିଥାଏ ବୋଲି ବୈଜ୍ଞାନିକ ସୂଚନା ଦେଇଛନ୍ତି । ସେହି ପୋକ କାମୁଡ଼ିବା ପରେ ତା’ ଦେହରେ ଥିବା ଓରିଏଣ୍ଟାଲ୍ ଶୁଶୁକ ନାମକ ଏକ ବ୍ୟାକ୍ଟ୍ରିଆ ମଣିଷ ଶରୀର ଚର୍ମକୁ ଚାଲିଯାଇଥାଏ। ଶରୀରର ଯେଉଁ ସ୍ଥାନକୁ ଏହି କୀଟଟି କାମୁଡ଼େ ସେଠିକାର ସ୍କିନ୍ ଡେଡ ହୋଇଯାଏ । ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଯାଏ। ଯାହାକୁ ସ୍କ୍ରବ ଟାଇଫସ୍ କୁହାଯାଇଥାଏ। ଏହି ଜ୍ୱର ହେଲେ ଲମ୍ୱା ସମୟ ଧରି ଜ୍ୱର ହେବା ସହ ହାତଗୋଡ଼ ଓ ତଣ୍ଟି ବିନ୍ଧିବ ଓ ଝାଡ଼ା ଏବଂ କାଶ ହେବ। ପ୍ରାଥମିକ ଚିକିତ୍ସା କଲେ ରୋଗ ଭଲ ହୋଇଯିବ। ହେଲେ ଯେଉଁମାନେ ବିଳମ୍ୱରେ ମେଡିକାଲ୍ ଆସନ୍ତି, ସେମାନଙ୍କୁ ବଞ୍ଚାଇବା କଷ୍ଟକର।
ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି । ତେବେ କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା’ ନୁହେଁ ବରଂ ସହରାଞ୍ଚଳରେ ମଧ୍ୟ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି । କାରଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବା ରୋଗୀ ଦେହରେ ସେପ୍ଟିସେମିଆ ଓ ନିମୋନିଆ ଭଳି ରୋଗ ଦେଖାଯାଏ। ଏହାର ପରୀକ୍ଷା ପବ୍ଲିକ ହେଲଥ ଲାବରୋଟୋରୀରେ ‘ଏଲିଶା’ ପଦ୍ଧତିରେ କରାଯାଉଛି । ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ ଟାଇଫସ ସଂକ୍ରମଣ ଦେଖିବାକୁ ମିଳିଥାଏ ।ଏହା ବେଳେବେଳେ ଶରୀରରେ ରହିରହି ଗୁରୁତର ହେବାପରେ ରୋଗୀ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଉଛନ୍ତି I ତେଣୁ ଲକ୍ଷଣ ଦେଖିବାମାତ୍ରେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।




