ସ୍କୁଟି ସହ କେନାଲ ରେ ପଡି ଯୁବକ ନିଖୋଜ
କଟକ : ସ୍କୁଟି ସହ କେନାଲ ଭିତରକୁ ଖସି ପଡି ଯୁବକ ନିଖୋଜ I ବାରଙ୍ଗ କାନପୁର ନିକଟ ପୁରୀ ମୁଖ୍ୟ କେନାଲରେ ଓଲା ବାଇକ ସହ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି। ନିଖୋଜ ଯୁବକ ଜଣଙ୍କ ହେଲେ ନଖରା ଅଞ୍ଚଳର ରାକେଶ ସାହୁ। ସେ ନରାଜ ନିକଟରେ ଥିବା ଓମଫେଡ ପ୍ଲାଣ୍ଟରେ କାମ କରନ୍ତି। ସୂଚନା ଅନୁସାରେ, ଗତକାଲି ରାତି ୧୧ ଟା ବେଳେ ରାକେଶ ସ୍କୁଟି ନେଇ ବାରଙ୍ଗରୁ ଘରକୁ ଯାଉଥିବା […]
କଟକ : ସ୍କୁଟି ସହ କେନାଲ ଭିତରକୁ ଖସି ପଡି ଯୁବକ ନିଖୋଜ I ବାରଙ୍ଗ କାନପୁର ନିକଟ ପୁରୀ ମୁଖ୍ୟ କେନାଲରେ ଓଲା ବାଇକ ସହ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି। ନିଖୋଜ ଯୁବକ ଜଣଙ୍କ ହେଲେ ନଖରା ଅଞ୍ଚଳର ରାକେଶ ସାହୁ। ସେ ନରାଜ ନିକଟରେ ଥିବା ଓମଫେଡ ପ୍ଲାଣ୍ଟରେ କାମ କରନ୍ତି।
ସୂଚନା ଅନୁସାରେ, ଗତକାଲି ରାତି ୧୧ ଟା ବେଳେ ରାକେଶ ସ୍କୁଟି ନେଇ ବାରଙ୍ଗରୁ ଘରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ସେ ସ୍ଥାନୀୟ ଓମଫେଡ ପ୍ଲାଣ୍ଟରେ କାମ କରୁଥିଲେ । ପ୍ରତିଦିନ ସେ ଏହି ବାଟଦେଇ ଘରକୁ ଫେରିଥାନ୍ତି। ତେବେ ଗତକାଲି କେଉଁ ପରିସ୍ଥିତିରେ ସେ କେନାଲରେ ପଡିଲେ ତାହା ଜଣାପଡିନାହିଁ I ସ୍ଥାନୀୟ ଲୋକେ କେନାଲରୁ ତାଙ୍କ ସ୍କୁଟି ଉଦ୍ଧାର କରିଥିବା ବେଳେ ଏପର୍ଯ୍ୟନ୍ତ ରାକେଶଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ରାକେଶଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ପତ୍ତା ମଳିନାହିଁ।




