ସେବାଶ୍ରମ ସ୍କୁଲରେ ଛାତ୍ରଙ୍କୁ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼

କୋରାପୁଟ : ସେବାଶ୍ରମ ସ୍କୁଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ହାତ ଗୋଡ଼ ବାନ୍ଧି ଜଣେ ୮ମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଛନ୍ତି ୪ ଉପର ଶ୍ରେଣୀ ଛାତ୍ର । ଏକଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକରେ ପଞ୍ଚଡା ସେବାଶ୍ରମ ସ୍କୁଲରେ । ପୀଡିତ ଛାତ୍ରଙ୍କ ନାଁ ଅଭିଳାସ ସାଉଁନ୍ତା । ତାଙ୍କ ଘର ଲଛମଣି ଗାଁରେ ବୋଲି ସୂଚନା […]

ସେବାଶ୍ରମ ସ୍କୁଲରେ ଛାତ୍ରଙ୍କୁ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼
Samaya Live Picture
Published On

କୋରାପୁଟ : ସେବାଶ୍ରମ ସ୍କୁଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ହାତ ଗୋଡ଼ ବାନ୍ଧି ଜଣେ ୮ମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଛନ୍ତି ୪ ଉପର ଶ୍ରେଣୀ ଛାତ୍ର । ଏକଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକରେ ପଞ୍ଚଡା ସେବାଶ୍ରମ ସ୍କୁଲରେ । ପୀଡିତ ଛାତ୍ରଙ୍କ ନାଁ ଅଭିଳାସ ସାଉଁନ୍ତା । ତାଙ୍କ ଘର ଲଛମଣି ଗାଁରେ ବୋଲି ସୂଚନା ମିଳିଛି । ଏହାକୁ ନେଇ ଥାନାରେ ରାଗିଂ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ମାଡ଼ ଖାଇବା ପରେ ଛାତ୍ର ଜଣକ ଭୟରେ ହଷ୍ଟେଲରୁ ଲୁଚି ଛପି ଆସି ରାସ୍ତା କଡ଼ରେ ବସି ଥିବା ବେଳେ ଏକ ଅଟୋ ଚାଳକ ଦେଖି ଛାତ୍ର ଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ବର୍ତ୍ତମାନ ଛାତ୍ର ଜଣକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Tags: