ସୁରଟରେ ପୋଲିସ୍ ମାଡ଼ରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ’; ଶ୍ରମିକଙ୍କ ଗ୍ରାମ ବାରୁଡ଼ାରେ ଶୋକର ଛାୟା

Reported by Dilip Chawda ଭଞ୍ଜନଗର: May 15: ପେଟପାଟଣା ପାଇଁ ସୁରଟ ଯାଇ କାମ କରୁଥିବା ଜଣେ ଶ୍ରମିକଙ୍କୁ ପୋଲିସ୍ ମାଡ଼ ମାରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିôବା ଘଟଣା ତାଙ୍କ ନିଜସ୍ୱ ଗ୍ରାମ ବାରୁଡ଼ା ଠାରେ ଶୋକର ଛାୟା ଖେଳାଇଦେଇଛି । ଖବର ନେବାରୁ ଜଣାପଡ଼ିଛି ଯେ ଭଞ୍ଜନଗର ନିକଟସ୍ଥ ବାରୁଡ଼ା ଗ୍ରାମର ୩୮ବର୍ଷ ବୟସ୍କ ସତ୍ୟାବାନ ସ୍ୱାଇଁ ଗୁଜୁରାଟ ରାଜ୍ୟର ସୁରଟ ସହରରେ ଥିବା ଅଞ୍ଜନି ଶିଳ୍ପା ଅଞ୍ଚଳର ଗୋପିନାଥ ଟେସ୍କଟାଇଲ୍‌ରେ […]

Samaya Live Picture
Published On

Reported by Dilip Chawda

ଭଞ୍ଜନଗର: May 15: ପେଟପାଟଣା ପାଇଁ ସୁରଟ ଯାଇ କାମ କରୁଥିବା ଜଣେ ଶ୍ରମିକଙ୍କୁ ପୋଲିସ୍ ମାଡ଼ ମାରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିôବା ଘଟଣା ତାଙ୍କ ନିଜସ୍ୱ ଗ୍ରାମ ବାରୁଡ଼ା ଠାରେ ଶୋକର ଛାୟା ଖେଳାଇଦେଇଛି । ଖବର ନେବାରୁ ଜଣାପଡ଼ିଛି ଯେ ଭଞ୍ଜନଗର ନିକଟସ୍ଥ ବାରୁଡ଼ା ଗ୍ରାମର ୩୮ବର୍ଷ ବୟସ୍କ ସତ୍ୟାବାନ ସ୍ୱାଇଁ ଗୁଜୁରାଟ ରାଜ୍ୟର ସୁରଟ ସହରରେ ଥିବା ଅଞ୍ଜନି ଶିଳ୍ପା ଅଞ୍ଚଳର ଗୋପିନାଥ ଟେସ୍କଟାଇଲ୍‌ରେ କାମକରୁଥିଲେ । ବର୍ତ୍ତମାନ ବିଭିନ୍ନ କଳକାରଖାନା ବନ୍ଦ ଥିବାରୁ ସେ ନିଜ ଗ୍ରାମ ବାରୁଡ଼ା ଅଭିମୁଖେ ଆସିବାର ଥିଲା । ଏଥିନିମନ୍ତେ ଟ୍ରେନ୍‌ରେ ଟିକେଟ୍ କରିବାକୁ ପ୍ରସ୍ତୁତ ହୋଇଥିଲେ । ଘଟଣା ଦିନ ସତ୍ୟବାନ ନିଜର କିଛି କାରଖାନାର ବନ୍ଧୁଙ୍କ ସହ ନିଜ କାରଖାନା ଠାରୁ ଅଳ୍ପ ଦୂରରେ ବସିଥିବା ବେଳେ ସେମାନେ ବସିଥିବା ସ୍ଥାନ ଠାରୁ କିଛି ଦୂରରେ କିଛି ଲୋକ କୌଣସି କାରଣରୁ ଗଣ୍ଡଗୋଳ କରିବାରୁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ôଚଥିଲେ । ଗଣ୍ଡଗୋଳ କରୁଥିବା ଲୋକମାନେ ପୋଲିସ୍‌କୁ ଦେଖି ଦୌଡ଼ି ପଳାଇଥିଲେ । କିଛି ଗଣ୍ଡଗୋଳକାରି ସତ୍ୟବାନ ଏବଂ ତାର ବନ୍ଧୁ ମାନେ ବସିଥିôବା ସ୍ଥାନ ଆଡ଼କୁ ଦୌଡ଼ି ଆସିବାରୁ ସତ୍ୟବାନ ଏବଂ ତାର ବନ୍ଧୁମାନେ ଆତ୍ମରକ୍ଷା ପାଇଁ ସେଠାରୁ ଉଠି ଦୌଡ଼ି ଯାଇ ପାଖରେ ଥିବା ତାଙ୍କ ରୁମ୍‌କୁ ପଳାଇଥିଲେ । ପ୍ରକୃତରେ ଗଣ୍ଡଗୋଳ ବିଷୟରେ ସେମାନେ ଜାଣିନଥିଲେ । ପୋଲିସ୍ ଝପଟି ଆସିବାରୁ ବନ୍ଧୁ ମାନଙ୍କ ସହ ସେମାନେ ନିଜ ରୁମ୍‌କୁ ଚାଲିଯାଇଥିଲେ । ଏତିକିରେ ପୋଲିସ୍ ସନ୍ତୁଷ୍ଟ ହୋଇନଥିଲା । ସେ ସତ୍ୟବାନ ଓ ତାର ବନ୍ଧୁ ମାନେ ଥିବା ସ୍ଥାନକୁ ଯାଇ କାହାକୁ କିଛି ନପଚାରି ଲାଠି ସାହାଯ୍ୟରେ ମାଡ଼ ମାରିଥିଲେ । ପୋଲିସ୍‌ର ଲାଠି ପ୍ରହାରରେ ସତ୍ୟବାନ ସେଠାରେ ଆହତ ହୋଇ ପଡ଼ିଯାଇଥିଲେ । ଅନ୍ୟ ବନ୍ଧୁମାନେ ମଧ୍ୟ ପୋଲିସ୍‌ର ଲାଠିର ଶିକାର ହୋଇଥିଲେ । ତାପରେ ପୋଲିସ୍ ସେଠାରୁ ଚାଲିଯାଇଥିଲେ । ସତ୍ୟବାନଙ୍କ ବନ୍ଧୁମାନେ ତାଙ୍କୁ ଡ଼ାକ୍ତଖାନା ନେଲାପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଗତରାତିରେ ସତ୍ୟବାନଙ୍କ ଗ୍ରାମକୁ ପହଞ୍ôଚବା ପରେ ଗ୍ରାମରେ ଶୋକରଛାୟା ଖେଳିଯାଇଛି । ସତ୍ୟବାନଙ୍କ ଶବକୁ ବ୍ୟବଛେଦ ପରେ ଶୁକ୍ରବାର ଦିନ ଅପରାହ୍ନରେ ସୁରାଟରେ ଶବସଂସ୍କାର କରାଗଲା । ମୃତ ସତ୍ୟବାନଙ୍କର ଆଠ ବର୍ଷ ବୟସର ଶାରୀରିକ ଅକ୍ଷମ ପୁଅଟିଏ ଅଛି ଏହା ସହ ବିଧବା ମା’ ଏବଂ ସ୍ତ୍ରୀ ଅଛନ୍ତି । ବର୍ତ୍ତମାନ ଏହି ଅସହାୟ ପରିବାର ଚଳିବ କେମିତି ଜଣେ ମାତ୍ର ସତ୍ୟବାନ ରୋଜଗାର କରି ପରିବାର ଚଳାଉଥିଲେ । ସେ ଚାଲିଯିବା ପରେ ତାଙ୍କ ପରିବାର ସଦସ୍ୟଙ୍କ ଅବସ୍ଥା କହିଲେନସରେ । ତାଙ୍କ ପରିବାରକୁ ସରକାର ସାହାଯ୍ୟ କଲେ ଗୋଟିଏ ପରିବାର ରକ୍ଷା ପାଇଯିବ ଏହା ସହ କେଉଁ ପରିସ୍ଥିତିରେ ତାଙ୍କୁ ଯେଉଁଭଳି ଭାବେ ବିନା କାରଣରେ ପୋଲିସ୍‌ର ଲାଠିର ଶୀକାର ହେବାକୁ ପଡ଼ିଲା ତାହା ତଦନ୍ତ କରିବାକୁ ମତ ପ୍ରକାଶ ପାଉଛି ।