ସୁଭଦ୍ରା ଫର୍ମ ଫେରସ୍ତ ଦେବାରୁ ଅଙ୍ଗନବାଡି କର୍ମୀଙ୍କୁ ମାଡ଼

ଭଦ୍ରକ : ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡି କର୍ମଚାରୀଙ୍କୁ ମାଡ଼ । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଫର୍ମ ଫେରାଇ ଆଣିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବ୍ରହ୍ମଟିକିରି ବ୍ଲକ ଅଧୀନ ଖଦାଳପୋଖରୀ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଘଟଣା ଘଟିଛି । ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରୀତିରେଖା ବଳ ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ […]

Samaya Live Picture
Published On

ଭଦ୍ରକ : ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡି କର୍ମଚାରୀଙ୍କୁ ମାଡ଼ । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଫର୍ମ ଫେରାଇ ଆଣିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବ୍ରହ୍ମଟିକିରି ବ୍ଲକ ଅଧୀନ ଖଦାଳପୋଖରୀ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଘଟଣା ଘଟିଛି । ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରୀତିରେଖା ବଳ ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ତେବେ ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ଅଭିଯୁକ୍ତମାନେ ମାନେ ଖୁଲମଖୋଲା ଗାଁରେ ବୁଲୁଥିବା ସେମାନେ ଅଭିଯୋଗ କରିଛନ୍ତି। ୪୮ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ ସରକାରଙ୍କ କୌଣସି କାମରେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି ।

ଅଭିଯୋଗ ଅନୁସାରେ, ଅଙ୍ଗନବାଡ଼ି କର୍ମୀ ପ୍ରୀତିରେଖାଙ୍କ ଅନୁପସ୍ଥିତିରେ ହେଲପରଙ୍କ ଜରିଆରେ ଜଣେ ହିତାଧିକାରୀ ସୁଭଦ୍ରା ଫର୍ମ ନେଇଥିଲେ। ପରେ ପ୍ରୀତିରେଖା ଆସି ହିତାଧିକାରୀଙ୍କ ଆଧାରକାର୍ଡ ଯାଞ୍ଚ କରିବାରୁ ତାଙ୍କର ୨୧ ବର୍ଷ ହୋଇନଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ପ୍ରୀତିରେଖା ତାଙ୍କୁ ଫର୍ମଟି ଫେରାଇ ଦେବା ପାଇଁ କହିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଅଙ୍ଗନବାଡ଼ି କେନ୍ଦ୍ରରେ ପଶି କିଛି ଲୋକ ଭଙ୍ଗାରୁଜା କରିବା ସହ ଦିପ୍ତିରେଖାଙ୍କୁ ମାଡ଼ ମାରିଥିଲେ। ଏନେଇ ପ୍ରୀତିରେଖା ବାଶଂଡା ଥାନାରେ ଅଭିଯୋଗ କରିଥିଲେ।

Tags: