ସୁନ୍ଦରଗଡ଼:କେନ୍ଦ୍ରୀୟ ଟିମର ସ୍କ୍ରବ ଟାଇଫସ ତଦନ୍ତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ I ଜିଲ୍ଲାରେ ସ୍ୱାସ୍ଥ୍ୟ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୪ ଜଣିଆ ମେଡିକାଲ ଟିମ୍ ଗଠିତ ହୋଇଛି। ଏହି ଟିମର ସଦସ୍ୟମାନେ ଶୁକ୍ରବାର ଝାରସୁଗୁଡାରେ ପହଞ୍ଚିଛନ୍ତି। ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁଯାୟୀ, ଏହି ୪ ଜଣିଆ ଟିମ୍ରେ ପ୍ରଫେସର ଡକ୍ଟର ସମୀର ଗୁଲାଟି, ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ ଡେପୁଟି […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ I ଜିଲ୍ଲାରେ ସ୍ୱାସ୍ଥ୍ୟ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୪ ଜଣିଆ ମେଡିକାଲ ଟିମ୍ ଗଠିତ ହୋଇଛି। ଏହି ଟିମର ସଦସ୍ୟମାନେ ଶୁକ୍ରବାର ଝାରସୁଗୁଡାରେ ପହଞ୍ଚିଛନ୍ତି। ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନାନୁଯାୟୀ, ଏହି ୪ ଜଣିଆ ଟିମ୍ରେ ପ୍ରଫେସର ଡକ୍ଟର ସମୀର ଗୁଲାଟି, ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ ଡେପୁଟି ଡାରେକ୍ଟର ଡକ୍ଟର ତୁଷାର ନାଲେ, ମାଇକ୍ରୋବାୟୋଲୋଜି ଆସିଷ୍ଟାଣ୍ଟ ଡାରେକ୍ଟର ଡାକ୍ତର ଧରା ବି ଶାହ, ଆଇଡିଏସପି ଇଆଇଏସ ଅଫିସର ଡକ୍ଟର ଆରୁଷି ଘାଇ ସାମିଲ ହୋଇଛନ୍ତି।




