ସୁନାବେଶରେ ଅଣ ନିଶ୍ୱାସୀ ହୋଇ ଜଣେ ମୃତ
ପୁରୀ : ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ବେଳେ ଗୁରୁବାର ଅଘଟଣ ଘଟିଛି। ପ୍ରବଳ ଗହଳି ଭିତରେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ସଂଘମିତ୍ରା ବାରିକ ଏବଂ ଘର ଭୁବନେଶ୍ବର ବୋଲି ଜଣାପଡିଛି। ରଥ ସମୁଖରେ ସେ ଶ୍ରୀଜୀଉଙ୍କ ସୁନା ବେଶ ଦେଖିବା ବେଳେ ପ୍ରବଳ ଭିଡ଼ ଯୋଗୁ ଶ୍ୱାସରୁଦ୍ଧ ହୋଇ ତଳେ ପଡ଼ି ଯାଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପଠା […]
ପୁରୀ : ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ବେଳେ ଗୁରୁବାର ଅଘଟଣ ଘଟିଛି। ପ୍ରବଳ ଗହଳି ଭିତରେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ସଂଘମିତ୍ରା ବାରିକ ଏବଂ ଘର ଭୁବନେଶ୍ବର ବୋଲି ଜଣାପଡିଛି। ରଥ ସମୁଖରେ ସେ ଶ୍ରୀଜୀଉଙ୍କ ସୁନା ବେଶ ଦେଖିବା ବେଳେ ପ୍ରବଳ ଭିଡ଼ ଯୋଗୁ ଶ୍ୱାସରୁଦ୍ଧ ହୋଇ ତଳେ ପଡ଼ି ଯାଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପଠା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହାଛଡା ବଡ଼ଦାଣ୍ଡରେ ପ୍ରବଳ ଭିଡ ଯୋଗୁ ପ୍ରାୟ ୩ଶହ ଲୋକ ଶ୍ୱାସରୁଦ୍ଧ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।




