ସୁଟିଂ ବେଳେ ଅଘଟଣ : ନଦୀ ପାଣିରୁ ଅଳ୍ପକେ ବର୍ତିଲେ ନାୟକ ନାୟିକା

ଭୁବନେଶ୍ୱର : କାଠଯୋଡିରେ ଅଘଟଣ I ସିନେମା ସୁଟିଂ ବେଳେ ଅଳ୍ପକେ ନଦୀ ପାଣିରୁ ବର୍ତିଲେ ନାୟକ-ନାୟିକା I ତୁରନ୍ତ କ୍ରିୟୁ ମେମ୍ବର ଉଭୟଙ୍କୁ ନଦୀରୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ I ବର୍ତ୍ତମାନ ଉଭୟେ ସୁସ୍ଥ ହୋଇ ପୁଣି ସୁଟିଂ ରେ ଯୋଗ ଦେଇଥିବା ଜଣାପଡିଛି I ସୂଚନାନୁସାରେ, ନରାଜ ପାଖାପାଖି କାଠଯୋଡ଼ି ନଦୀ ପାଣିକୁ ନାୟକ-ନାୟିକା ଡେଇଁବାର ଏକ ଦୃଶ୍ୟର ସୁଟିଂ ଚାଲିଥିଲା I ଏହି ସମୟରେ ପାଣିକୁ ଡେଇଁ ନାୟକ ଶ୍ରେୟାନ ହଠାତ […]

Samaya Live Picture
Published On

ଭୁବନେଶ୍ୱର : କାଠଯୋଡିରେ ଅଘଟଣ I ସିନେମା ସୁଟିଂ ବେଳେ ଅଳ୍ପକେ ନଦୀ ପାଣିରୁ ବର୍ତିଲେ ନାୟକ-ନାୟିକା I ତୁରନ୍ତ କ୍ରିୟୁ ମେମ୍ବର ଉଭୟଙ୍କୁ ନଦୀରୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ I ବର୍ତ୍ତମାନ ଉଭୟେ ସୁସ୍ଥ ହୋଇ ପୁଣି ସୁଟିଂ ରେ ଯୋଗ ଦେଇଥିବା ଜଣାପଡିଛି I

ସୂଚନାନୁସାରେ, ନରାଜ ପାଖାପାଖି କାଠଯୋଡ଼ି ନଦୀ ପାଣିକୁ ନାୟକ-ନାୟିକା ଡେଇଁବାର ଏକ ଦୃଶ୍ୟର ସୁଟିଂ ଚାଲିଥିଲା I ଏହି ସମୟରେ ପାଣିକୁ ଡେଇଁ ନାୟକ ଶ୍ରେୟାନ ହଠାତ ଭାସିଯାଇଥିବାବେଳେ ନାୟିକା ମଧ୍ୟ ବୁଡି ଯାଇଥିଲେ I ଦୀର୍ଘ ସମୟ ଧରି ଏ ଦୁଇଜଣଙ୍କର ପଟ୍ଟା ନ ମିଳିବାରୁ ,ବ୍ରିଜ ଉପରେ ଥିବା କ୍ରିୟୁ ମେମ୍ବର ମାନେ ଅଂଟାରେ ଦଉଡି ବାନ୍ଧି ନଦୀ ବିତରୁ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ I ପ୍ରାଥମିକ ଉପଚାର ପରେ ଉଭୟ ସୁସ୍ଥଥିବା ଜଣାପଡିଛି I

Tags: