ସିଲିଣ୍ଡର ଫାଟି ୩ ଛାତ୍ରୀ ଗୁରୁତର

ଜଳେଶ୍ୱର : ସିଲିଣ୍ଡର ବିସ୍ଫାରଣରୁ ଲାଗିଲା ନିଆଁ I ନିଆଁ ଲିଭାଇବାକୁ ଆସିଥିବା ୩ କଲେଜ ଛାତ୍ରୀ ଗୁରୁତର I ଗୁରୁତର ଛାତ୍ରୀମାନେ ଖୁଲୁଡ଼ା ଶିତଳା ଠାକୁରାଣୀ କଲେଜ ର +୨ ଛାତ୍ରୀ ଥିଲେ Iଘଟଣାସ୍ଥଳରୁ ସମସ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲରେ ଭର୍ତି କରାଯାଇଛି I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଖୁଲୁଡ଼ା ଗାଁରେ I ଖବରରୁ ଯାହା ଜଣା ପଡିଛି ଆଜି ଖରାବେଳେ ଛାତ୍ରୀମାନେ ରୋଷେଇ କରୁଥିବାବେଳେ କୌଣସି କାରଣରୁ […]

Samaya Live Picture
Published On

ଜଳେଶ୍ୱର : ସିଲିଣ୍ଡର ବିସ୍ଫାରଣରୁ ଲାଗିଲା ନିଆଁ I ନିଆଁ ଲିଭାଇବାକୁ ଆସିଥିବା ୩ କଲେଜ ଛାତ୍ରୀ ଗୁରୁତର I ଗୁରୁତର ଛାତ୍ରୀମାନେ ଖୁଲୁଡ଼ା ଶିତଳା ଠାକୁରାଣୀ କଲେଜ ର +୨ ଛାତ୍ରୀ ଥିଲେ Iଘଟଣାସ୍ଥଳରୁ ସମସ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲରେ ଭର୍ତି କରାଯାଇଛି I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଖୁଲୁଡ଼ା ଗାଁରେ I ଖବରରୁ ଯାହା ଜଣା ପଡିଛି ଆଜି ଖରାବେଳେ ଛାତ୍ରୀମାନେ ରୋଷେଇ କରୁଥିବାବେଳେ କୌଣସି କାରଣରୁ ଗ୍ୟାସ ଟାଙ୍କି ଫାଟି ଘରେ ନିଆଁ ଲାଗି ଯାଇଥିଲା I ଏଥିରେ ୩ ବଖରା ଘର ପୋଡି ଯାଇଥିବାବେଳେ ଏହି ଛାତ୍ରୀମାନେ ନିଆଁ ଲିଭାଇବାକୁ ଆସିଥିଵା I ତେବେ ଏହି ସମୟରେ ଛାତ୍ରୀମାନେ ନିଆଁ କବଳରେ ଫସିଯାଇଥିଲେ I ଏହାଦେଖି ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲରେ ଭର୍ତି କରିଛନ୍ତି I

Tags: