ସିରିଜ ଦୁର୍ଘଟଣାରେ ଜଳିଗଲା ୩ ଗାଡି
ଅନୁଗୁଳ : ସିରିଜ ଦୁର୍ଘଟଣାରେ ଜଳିଗଲା ୩ ଗାଡି I ଅନଗୁଳ ଜିଲ୍ଲା ପାଲଲହଡା ଖମାର ଥାନା ଅନ୍ତର୍ଗତ ୧୪୯ ଜାତୀୟ ରାଜପଥ ଟୋଲଗେଟ ନିକଟରେଘଟିଛି ଏହି ଦୁର୍ଘଟଣା । ଟୋଲ ଗେଟ ନିକଟରେ ପ୍ରଥମେ ଏକ ଟ୍ରଲରକୁ ପଛପଟୁ ପିଟିଥିଲା ଟ୍ରକ। ତା ପଛକୁ ଏକ ପିକପ ଧକ୍କା ଦେବା ଫଳରେ ପିକଅପରେ ନିଆଁ ଲାଗିଯାଇଥିଲା। ପରେ ଟ୍ରକ ଓ ଟ୍ରଲରରେ ମଧ୍ୟ ନିଆଁ ଲାଗିଯାଇ ୩ ଟି ଯାକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଥିଲା I […]
ଅନୁଗୁଳ : ସିରିଜ ଦୁର୍ଘଟଣାରେ ଜଳିଗଲା ୩ ଗାଡି I ଅନଗୁଳ ଜିଲ୍ଲା ପାଲଲହଡା ଖମାର ଥାନା ଅନ୍ତର୍ଗତ ୧୪୯ ଜାତୀୟ ରାଜପଥ ଟୋଲଗେଟ ନିକଟରେଘଟିଛି ଏହି ଦୁର୍ଘଟଣା । ଟୋଲ ଗେଟ ନିକଟରେ ପ୍ରଥମେ ଏକ ଟ୍ରଲରକୁ ପଛପଟୁ ପିଟିଥିଲା ଟ୍ରକ। ତା ପଛକୁ ଏକ ପିକପ ଧକ୍କା ଦେବା ଫଳରେ ପିକଅପରେ ନିଆଁ ଲାଗିଯାଇଥିଲା।
ପରେ ଟ୍ରକ ଓ ଟ୍ରଲରରେ ମଧ୍ୟ ନିଆଁ ଲାଗିଯାଇ ୩ ଟି ଯାକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଥିଲା I ସୂଚନା ପାଇ ପାଲଲହଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ,ଦୁର୍ଘଟଣାରେ ପିକଅପରେ ଥିବା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଟୋଲଗେଟ କର୍ମଚାରୀ ଖମାର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଦୁଇ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




